Odisha news

ଭାରତ ହାତେଇଲା ମହିଳା ବିଶ୍ୱକପ, ରଚିଲା ଇତିହାସ : ଭାରତକୁ ଗୌରବାନ୍ୱିତ କରିଛନ୍ତି ଭାରତର କନ୍ୟା ରତ୍ନ 

0

ଯେଉଁଠି ଦେଖିବ ମହିଳା ବିଶ୍ୱକପ କୁ ନେଇ ଚର୍ଚ୍ଚା

ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଦାନା କୁ ନେଇ ଆସିଛି ଖୁସି ଖବର , ଖୁବ ଶୀଘ୍ର ସ୍ମୃତି ହେବେ ହାତରୁ ଦୁଇ ହାତ l

ହଁ ଆଜ୍ଞା ଭାରତୀୟ ମହିଳା କ୍ରିକେଟ ଟିମ ନଭେମ୍ବର ୨ ତାରିଖ ବିଶ୍ୱ କପ କରିଛି ନିଜ ନାମରେ l ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା ଦଳ ୫୨ ରନ ରେ ବିଜୟ ହାସଲ କରି ବିଜୟ ମୁକୁଟ ପିନ୍ଧିଛି l

ଏଥି ସହିତ ଆଉ ଗୋଟିଏ ଖୁସି ଖବର ମଧ୍ୟ ଭାରତୀୟ ଙ୍କ ପାଇଁ ସାମ୍ନା କୁ ଆସିଛି l ଭାରତୀୟ ମହିଳା ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଦାନା ଖୁବ ଶୀଘ୍ର ହାତରୁ ଦୁଇ ହାତ ହେବାକୁ ଯାଉଛନ୍ତି l ସେହି ସୌଭାଗ୍ଯ ଶାଳୀ ବ୍ୟକ୍ତି ହେଉଛନ୍ତି ବଲିଉଡ ର ଜଣାଶୁଣା ଯୁବା ଗାୟକ ପଲାଶ ମୁଚଳ l ଆଉ ଥରେ ସମସ୍ତେ ଦେଖିବେ କ୍ରିକେଟିଅର ଓ ବଲିଉଡ ର ହିଟ ଯୋଡି l

ଭାରତୀୟ ମହିଳା ଦଳ ଙ୍କ ବିଜୟ ହାସଲ ପରେ ପଲାଶ ନିଜର ଖୁସି ଜାହିର କରିଛନ୍ତି l ଏବଂ ନିଜ ଲେଡି ଲଭ କୁ ଡେଡିକେଟ  କରି  ନିଜ ହାତରେ ଗୋଟିଏ ବିଶେଷ ଟାଟୁ ଖୋଦେଇ କରିଛନ୍ତି l ପଳାସ ଙ୍କ ହାତରେ SM ଲେଖାଯାଇ ସ୍ମୃତି ଙ୍କ ଜର୍ସି ନମ୍ବର ୧୮ ଖୋଦେଇ ହୋଇଛି l ଏଥି ସହ ପଲାଶ ଗୋଟିଏ ସିଂହ ର ମୁହଁ ମଧ୍ୟ ଖୋଦେଇ କରିଛନ୍ତି , ଯାହା ସ୍ମୃତି ଙ୍କୁ ଗୋଟିଏ ସେରନି ଦର୍ଶାଇଛି l

ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ପରେ ସ୍ମୃତି ଙ୍କୁ ସେରନି କହିବା କିଛି ଭୁଲ ନୁହେଁ , ସୂଚନା ଯୋଗ୍ୟ ଯେ ପଲାଶ ଓ ସ୍ମୃତି ୨୦୧୯ ରୁ ପ୍ରେମ ରେ ରହିଛନ୍ତି , ଏବଂ ଚଳିତ ୨୦୨୫ ନଭେମ୍ବର ୨୦ ରେ ମହାରାଷ୍ଟ୍ର ର ସାଙ୍ଗଲୀ ରେ ବିବାହ ବନ୍ଧନ ରେ ଆବଧ ହେବାକୁ ଯାଉଛନ୍ତି l

Leave A Reply