Odisha news

ଭାରତୀୟ ଖେଳାଳୀ ପାକିସ୍ତାନ ସହିତ ହାତ ମିଳାଇଲେ , ସାମ୍ନାକୁ ଆସିଲା ହାଇ-ଫାଇବ ର ଫଟୋ

0

ଏସିଆ କପ ୨୦୨୫ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ ଖେଳା ଯାଇଥିଲା, ଏଥିରେ ଫାଇନାଲ ମ୍ୟାଚ ମଧ୍ୟ ସାମିଲ ରହିଥିଲା, କିନ୍ତୁ ସୂର୍ଯ୍ୟ କୁମାର ଯାଦବ ଏବଂ ଟିମ୍ ସ୍ଥିର କରିଥିଲେ ଯେ ନା ଟସ ସମୟରେ ନା ମ୍ୟାଚ ସରିବା ପରେ ପାକିସ୍ତାନ ଖେଳାଳୀ ଙ୍କ ସହିତ ହାତ ମିଳାଇବେ, ଏପରିକି ସୂର୍ଯ୍ୟ କୁମାର ଯାଦବ ବିଜୟ ଟ୍ରଫି ପିସିବି ଚେୟାରମ୍ୟାନ ଯିଏକି ଏସିସି ର ମୁଖ୍ୟ ମଧ୍ୟ ମହସୀନ ନକବି ହାତରୁ ନେବାକୁ ମଧ୍ୟ ମନା କରିଦେଇଥିଲେ l

କିନ୍ତୁ ହକି ରେ ଏହା ଓଲଟା ଦେଖିବାକୁ ମିଳିଥିଲା, ସୁଲତାନ ଜୋହର କପ ୨୦୨୫ ରେ ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପର କୁ ହାଇ-ଫାଇବ କରିଥିଲେ l ବର୍ତମାନ ମାଲେସିଆ ରେ ଚାଲିଛି ଅଣ୍ଡର ୨୧ ସୁଲତାନ ଜୋହର କପ ହକି ଟୁର୍ନାମେଣ୍ଟ , ଏହି ମ୍ୟାଚ ପ୍ରଥମ ଦିନ ଉଭୟ ଦଳର ଖେଳାଳି ପରସ୍ପରକୁ ହାଇ-ଫାଇବ କରିଥିଲେ, ରାଷ୍ଟ୍ର ଗାନ ପରେ ଉଭୟ ଦେଶର ଖେଳାଳି ପରସ୍ପରକୁ ହାଇ-ଫାଇବ କରିଥିଲେ l ଯାହାର ଫଟୋ ଓ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି l

କିନ୍ତୁ ପାକିସ୍ତାନ ଡରି ଯାଇଥିଲା ଯେ କ୍ରିକେଟ ଭଳି ହକି ରେ ମଧ୍ୟ ଭାରତୀୟ ଖେଳାଳି ହାତ ନ ମିଳାଇ ପାରନ୍ତି ସେଥିପାଇଁ ସେ ନିଜ ଖେଳାଳି ମାନଙ୍କୁ ମାନସିକ ଦୃଷ୍ଟିରୁ ସତର୍କ କରାଇଥିଲା, ନଚେତ ଏହାର ଚାପ ଖେଳ ଉପରେ ପଡିପାରେ l ଖେଳାଳି ମାନଙ୍କୁ କୁହାଯାଇଥିଲା ଯେ ଯଦି ଭାରତୀୟ ଖେଳାଳି ହାତ ନମିଳାଇଲେ ତେବେ ତାହାକୁ ଅଣଦେଖା କରିବ l କିନ୍ତୁ ମ୍ୟାଚ ପୂର୍ବରୁ ରାଷ୍ଟ୍ର ଗାନ ପରେ ଉଭୟ ଦେଶର ଖେଳାଳି ହାଇ-ଫାଇବ କରିଥିଲେ , ଏହି ମ୍ୟାଚ ଟି ୩ -୩ ଗୋଲ ରେ ଡ୍ର ରହିଥିଲା l

Leave A Reply