କରୋନା କାଳରେ ଭାକ୍ସିନ୍କୁ ନେଇ ଭୁଲ ସୂଚନା ଦେଉଥିବା କଣ୍ଟେଣ୍ଟ୍ ବିରୋଧରେ ସବୁଠୁ ବଡ଼ ଭିଡିଓ ସର୍ଚ୍ଚ ଇଞ୍ଜିନ୍ ୟୁଟୁ୍ୟବ୍ ଦୃଢ଼ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଇଛି । ପ୍ରତିଦିନ ୟୁଟୁ୍ୟବ୍ରେ କୋଟି କୋଟି ଭିଡିଓ ଅପଲୋଡ୍ ହେଉଛି । ଏପରି ସ୍ଥଳେ କରୋନାଭାଇରସ୍ ଭାକ୍ସିନ୍ ପ୍ରସଙ୍ଗ ଟ୍ରେଣ୍ଡ୍ ହେଉଥିବା ଦେଖି ଅନେକ ୟୁଟୁ୍ୟବର୍ ଭୁଲ୍ ଓ ମିଛ ସୂଚନା ବି ଦେଉଛନ୍ତି । ସୂଚନାନୁଯାୟୀ, ୟୁଟୁ୍ୟବ୍ ଏବେ ସୁଦ୍ଧା ନିଜ ପ୍ଲାଟଫର୍ମରେ କୋଭିଡ-୧୯ ଭାକ୍ସିନ୍ ସମ୍ପର୍କିତ ୨ ଲକ୍ଷରୁ ଅଧିକ ଭିଡିଓ ବ୍ୟାନ୍ କରିସାରିଛି । ଭାକ୍ସିନ୍କୁ ନେଇ ଦିଆଯାଉଥିବା ମିଛ କଣ୍ଟେଣ୍ଟ୍କୁ ୟୁଟୁ୍ୟବ୍ ହଟାଇବ । କମ୍ପାନୀ କହିଛି, ଅନେକ ଭିଡିଓରେ କରୋନା ଭାକ୍ସିନ୍କୁ ମରଣାନ୍ତକ, ବନ୍ଧ୍ୟାର କାରଣ ବା ଲୋକଙ୍କ ମଧ୍ୟରେ ମାଇକ୍ରୋଚି« ଲଗାଯିବା କଥା କୁହାଯାଇଛି । ୟୁଟୁ୍ୟବ୍ର ପ୍ରବକ୍ତା କହିଛନ୍ତି ଏପରି ମାମଲାରେ ଡାକ୍ତରଙ୍କ ସହାୟତା ନେବାରୁ ରୋକିବା ଓ ମେଡିକାଲ ଚିକିତ୍ସାର ଭୁଲ୍ ଧାରଣାକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଥିଲା । ଠିକ୍ ସୂଚନା ଦେଉଥିବା ଭିଡିଓକୁ ରଖାଯିବ ।