Odisha news

ସିନ୍ଧିଆ ଦଳ ଛାଡ଼ିବା ପରେ କଡ଼ା ସମାଲୋଚନା କଲେ ନିରଞ୍ଜନ

0

ଭୁବନେଶ୍ୱର: ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସିନ୍ଧିଆଙ୍କୁ ବହିଷ୍କାର କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି।
ସିନ୍ଧିଆଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସିନ୍ଧିଆଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ନିରଞ୍ଜନ।

କିଛି ନେତାଙ୍କର ସବୁବେଳେ ପଦପଦବୀ ଦରକାର ନହେଲେ ନିର୍ବାଚନ ଜିତିବା ଦରକାର। ଯଦି ତାହା ନୁହେଁ, ତେବେ ତାଙ୍କ ମୁଣ୍ଡ ଖରାପ ହୋଇଯାଏ। ସିନ୍ଧିଆ ସେହି ଶ୍ରେଣୀର ବ୍ୟକ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ସେ ଆହୁରି କହିଛନ୍ତି, ତାଙ୍କ ପରିବାର ମୂଳତଃ ବିଜେପି ଥିଲେ। ସୁବିଧା ସୁଯୋଗ ପାଇଁ କଂଗ୍ରେସରେ ସାମିଲ୍ ହୋଇଥିଲେ। ବର୍ତ୍ତମାନ ସେ ସୁବିଧା ସୁଯୋଗ କଂଗ୍ରେସରେ ନଥିବାରୁ ସେ ଦଳ ଛାଡ଼ିଛନ୍ତି ବୋଲି ପିସିସି ସଭାପତି କହିଛନ୍ତି।

ସିନ୍ଧିଆଙ୍କ ଦଳ ଛାଡ଼ିବା ପରେ କଂଗ୍ରେସ ଉପରେ ପ୍ରଭାବ ପଡ଼ିବା ନେଇ ନିରଞ୍ଜନ କହିଛନ୍ତି, ସାମୁହିକ ଭାବରେ ପ୍ରଭାବ ପଡ଼ିପାରେ କିନ୍ତୁ ଅଲ୍‌ଟିମେଟ୍‌ଲି କୌଣସି ପ୍ରଭାବ ପଡ଼ିବ ନାହିଁ। ଓଡ଼ିଶାରେ କଂଗ୍ରେସ ରେସ୍‌ରେ ନାହିଁ ତେଣୁ ସିନ୍ଧିଆଙ୍କ ଦଳ ଛାଡ଼ିବା ଓଡ଼ିଶା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନିରଞ୍ଜନ କହିଛନ୍ତି।

Leave A Reply