ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି , ୨୨ ଜଣ ଓଏସଏସ ଅଧିକାରୀଙ୍କୁ ସିଏମଓରୁ ଅପସାରଣ
ଭୁବନେଶ୍ବର: ନୂଆ ସରକାର ଗଠନ ହୋଇଛି, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଅତିଥି ଭବନରେ ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି।