Odisha news

ସିଡିପିଓ ଙ୍କ କଟୁ ମନ୍ତବ୍ୟ ନେଇ ହୋହାଲ୍ଲା 

0
ପାରାଦୀପ :  ନାଉଗାଁ ପଞ୍ଚାୟତ ସମିତି ରେ ସଭ୍ଯ ଙ୍କ ଅସନ୍ତୋଷ ଆଜି ସ୍ପଷ୍ଟ ଦେଖିବାକୁ ମିଳିଛି | ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ନାଉଗାଁ ଶିଶୁ ବିକାଶ ଅଧିକାରିଣୀ ଙ୍କ ବକ୍ତବ୍ୟ କୁ ନେଇ ସମସ୍ତେ ଗୃହ ତ୍ୟାଗ କରିବା ପାଇଁ ଆସୁଥିବା ବେଳେ ବିଡିଓ ଙ୍କ ବୁଝା ଶୁଝା ପରେ ସମତେ ବସିଥିବା ମଧ୍ଯ ଦେଖିବାକୁ ମିଳିଛି | ବ୍ଲକ ର ଡାବର ସମିତି ସଭ୍ଯ ସୁବଳ ବେହେରା ବ୍ଳକ ରେ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଦିଆଯାଉଥିବା ଶିଶୁ ଖାଦ୍ୟ ଠିକ୍ ଭାବେ ଦିଆଯାଉନଥିବା ଅଭିଯୋଗ କରିଥିବା ବେଳେ ସିଡ଼ିପିଓ ଏହାର ତଦାରଖ କରୁନଥିବା ଆଜି ଗୃହରେ ଅଭିଯୋଗ କରିଥିଲେ | କିନ୍ତୁ ସିଡିପିଓ ଘଟଣାକୁ ଗୁରୁତ୍ବ ନଦେଇ ଓଲଟା ସଭ୍ଯ ମାନଙ୍କୁ କିଛି କଟୁ ମନ୍ତବ୍ୟ ଦେଇଥିବା ସଭ୍ଯ ମାନେ ଅଭିଯୋଗ କରିବା ପରେ ଅନ୍ୟ ସଭ୍ଯ ମାନେ ମଧ୍ଯ ଏହାକୁ ସମର୍ଥନ ଜଣାଇ ଗୃହରୁ ବାହାରକୁ ଆସିବାକୁ ଉଦ୍ୟମ କରି ପ୍ରଶାସନ କୁ ସିଧା ଚେତାବନୀ ଦେଇଥିଲେ | ଯାହାକୁ ନେଇ କିଛି ସମୟ ହୋହାଲ୍ଲା ମଧ୍ଯ ହୋଇଥିଲା | ବିଡିଓ ଙ୍କ ହସ୍ତକ୍ଷେପ ପରେ ଗୃହ ଶାନ୍ତି ହୋଇଥିଲା |
Nalco

Leave A Reply