Odisha news

ସାମୁଦ୍ରିକ ସୁରକ୍ଷା  ପ୍ରଶିକ୍ଷଣ ନେଲେ  25 ପ୍ରଶିକ୍ଷୁ ଆଇପିଏସ୍  

0
ପାରାଦୀପ : ସର୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଆକାଡେମୀ (ଏସ ଭି ପି ଏନ ପି ଏ ) ର 76 ଆରଆର ବ୍ୟାଚର 25 ଜଣ ଆଇପିଏସ ପ୍ରଶିକ୍ଷୁମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଆୟୋଜନ 10 ଜୁଲାଇ 24 ରେ ପାରାଦୀପ  ସ୍ଥିତ ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ ନମ୍ବର 7 ରେ ଅନୁଷ୍ଠିତ ହୋଇଛି । ଆଇପିଏସ ପ୍ରଶିକ୍ଷୁ ମାନଙ୍କୁ ଭାରତୀୟ ତଟ ରକ୍ଷକ ର ଭୂମିକା ଓ ଦାୟିତ୍ଵଗୁଡ଼ିକ ବିଷୟରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା। ଭାରତୀୟ ତଟ ରକ୍ଷକ ପାରାଦୀପରେ ଥିବା  ସାମୁଦ୍ରିକ ଉଦ୍ଧାର ଉପକେନ୍ଦ୍ର, ସୁଦୂର ସଂଚାର କେନ୍ଦ୍ର ଓ ସଂଚାର କକ୍ଷ  ର କାର୍ଯ୍ୟାନୁଷ୍ଠାନ ପ୍ରଣାଳି ବିଷୟରେ ଅବଗତ କରାଯିବା ସହିତ  ତଟ ରକ୍ଷକ ଜାହାଜ ରେ ମଧ୍ୟ ଭ୍ରମଣ ର ବ୍ୟବସ୍ଥା କରାଯାଇଥିଲା। ପ୍ରଶିକ୍ଷୁ ମାନଙ୍କୁ ସମୁଦ୍ରରେ ଭାରତୀୟ ତଟ ରକ୍ଷକ ଦ୍ଵାରା  ବିଭିନ୍ନ ମିଶନ ସମ୍ବନ୍ଧରେ, ଯଥା ସନ୍ଦେହାସ୍ପଦ ଜାହାଜଗୁଡ଼ିକର ତଦନ୍ତ,  ବୋର୍ଡିଂ ପ୍ରକ୍ରିୟା, ଖୋଜିବା ଏଵଂ ଉଦ୍ଧାର, ସାମୁଦ୍ରିକ ପ୍ରଦୂଷଣ ପ୍ରତିକ୍ରିୟା ଓ ସମୁଦ୍ର ରେ  ସଚେତନତା ଉନ୍ନତି ପ୍ରୟାସ ବିଷୟରେ ଅବଗତ କରାଯାଇଥିଲା।
ଏହି ଭ୍ରମଣରେ ପ୍ରଶିକ୍ଷୁ ମାନଙ୍କୁ ଭାରତୀୟ ତଟ ରକ୍ଷକ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବାର୍ତ୍ତା ଆଦାନ ପ୍ରଦାନ  କରିବା ପାଇଁ ଏକ ମଞ୍ଚ ଓ ସୁଯୋଗ ପ୍ରଦାନ କରିଥିଲା, ବିଶେଷକରି ତଟ ସୁରକ୍ଷା ସମ୍ବନ୍ଧରେ ବିଭିନ୍ନ ଜ୍ଞାନ ଓ ଭାବନା ବିନିମୟ କରାଯାଇଥିଲା l ଏହି ପ୍ରଶିକ୍ଷଣ ତଟିୟ ସୁରକ୍ଷାରେ ପରସ୍ପର ମଧ୍ୟ ରେ  ସହଯୋଗକୁ ଆହୁରି  ଆଗକୁ ବଢ଼ାଇବ ବୋଲି କୁହାଯାଉଛି |

Leave A Reply