ଏପରି ଗୋଟିଏ ଦେଶ : ଯେଉଁଠି ଝିଅର ଉପଯୁକ୍ତ ସ୍ୱାମୀ ମିଳିବା ପର୍ଯ୍ୟନ୍ତ ସିଏ ରଖିଥାଏ ଅନେକ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ
ନୂଆଦିଲ୍ଲୀ : ଦୁନିଆରେ ସମସ୍ତ ସ୍ଥାନର ପରମ୍ପରା ପ୍ରାୟ ଅଲଗା ଅଟେ l ଯାହା ଉପରେ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ଅଟେ l ସେହିଭଳି ଗୋଟିଏ ପରମ୍ପରା କାମ୍ବୋଡ଼ିଆ ରେ ଅଚ୍ଛି l ଯେଉଁଠାରେ ପିତା ନିଜ ଝିଅ ମାନଙ୍କ ପାଇଁ ଏପରି କିଛି କରିଥାଆନ୍ତି ଯାହାକୁ ବିଶ୍ୱାସ କରିବା ଅସମ୍ଭବ ଅଟେ l ଏହି ପରମ୍ପରା ଅନୁସାରେ ଝିଅମାନେ ନିଜ ସ୍ୱାମୀଙ୍କୁ ବାଛିବା ପାଇଁ ଏକାଧିକ ପୁରୁଷ ଙ୍କ ସହିତ ସମ୍ପର୍କ ରଖି ଥାଆନ୍ତି l
ଏହି ପରମ୍ପରା କାମ୍ବୋଡ଼ିଆ ର କେରୁଙ୍ଗ ସମୁଦାୟ ର ଲୋକମାନେ ଆପଣାଇ ଥାଆନ୍ତି l ଏହି ନିୟମ ଅନୁସାରେ ଝିଅ ମାନଙ୍କର ମାସିକ ଧର୍ମ ଆରମ୍ଭ ହେବା ମାତ୍ରକେ ୧୩ ରୁ ୧୫ ବର୍ଷ ପରେ ତାଙ୍କ ପାଇଁ ଅଲଗା ଘର ତିଆରି କରାଯାଇଥାଏ l ଯାହାକୁ ଲଭ ହଟ କୁହାଯାଇଥାଏ l ଏହାପରେ ପରିବାର ସଦସ୍ୟ ମାନେ ଝିଅ ମାନଙ୍କୁ ନିଜ ସ୍ୱାମୀ ବାଛିବା ପାଇଁ ଯୁବକ ମାନଙ୍କ ସହିତ ସମ୍ବନ୍ଧ ରଖିବାକୁ ପ୍ରୋତ୍ସାହିତ କରି ଥାଆନ୍ତି ଓ ଯେତେ ଦିନ ପର୍ଯ୍ୟନ୍ତ ନିଜର ପସନ୍ଦ ଯୋଗ୍ୟ ସ୍ୱାମୀ ପାଇବେ ନାହିଁ ତାଙ୍କୁ ସମ୍ବନ୍ଧ ରଖିବାକୁ କୁହାଯାଇଥାଏ l
ଏହି ସ୍ଥାନର ଝିଅମାନେ ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ରଖିବା ପାଇଁ ତିଳେ ମଧ୍ୟ କୁଣ୍ଠା ବୋଧ କରନ୍ତି ନାହିଁ ଓ ଖୁବ ଭଲରେ ଜାଣି ଥାଆନ୍ତି ଯେ ତାଙ୍କୁ ନିଜ ପାର୍ଟନର ପାଖରେ କେଉଁ ଗୁଣ ରହିଥିବା ଆବଶ୍ୟକ l ସେମାନଙ୍କର ଧାରଣା ରହିଛି ଯେ ଏହି ଲଭ ହଟ କାରଣରୁ ଉପଯୁକ୍ତ ଜୀବନସାଥୀ ମିଳିଥାଏ l

Comments are closed.