Odisha news

ସଂନ୍ଧିଗ୍ଧଙ୍କ ମୃତ୍ୟୁରେ ଟ୍ରଲି ଭରସା, ମିଳୁନି କାନ୍ଧ

0
ବୁଗୁଡ଼ା :-୨୦/୭ ବୁଗୁଡ଼ା ରେ ସଂକ୍ରମଣ ବଢ଼ୁଥିବାରୁ ଲାଗି ରହିଛି ସମସ୍ତଙ୍କ ମନରେ ଭୟ ଯଦି କୌଣସି ସଂନ୍ଧିଗ୍ଧଙ୍କ ମୃତ୍ୟୁ ହୁଏ ମୃତ ଦେହକୁ ଶେଷ ସଂସ୍କାର ପାଇଁ ଟ୍ରଲି ରିକ୍ସା ରେ ନିଆଯାଉଛି। ସିନା କାନ୍ଧରେ ନେବା ପାଇଁ ଆସୁନାହାନ୍ତି କେହି ଜଣେ ମୃତକଙ୍କୁ କାନ୍ଧ ଦେବା ପାଇଁ ଭାଇବିରାଦରି ମଧ୍ଯ ପଛେଇ ଯାଉଥିବା ଦେଖିବାକୁ ମିଳିଛି ଏବେ କେତୋଟି ସନ୍ଧିଗ୍ଧ ଙ୍କ ମୃତ୍ୟୁ ଘଟଣାରେ ବୁଗୁଡ଼ା ବଡଦାଣ୍ଡର ଜଣେ ଯୁବ ବ୍ୟବସାୟୀ ଙ୍କୁ କିଛି ଦିନ ହେଲା ଜ୍ଵର ହେଉଥିଲା। ସେ ସ୍ୱାବ୍ ପରୀକ୍ଷାନକରି ନିଜେ ନିଜେ ବୁଝାସୁଝା କରି ଔଷଧ ଖାଉଥିଲେ। ସେଥିରେ ସେ ସୁସ୍ଥ ହେବା ବଦଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସପ୍ତାହକ ତଳେ ଏହି ଯୁବ ବ୍ୟବସାୟୀ ଙ୍କ ମୃତ୍ୟୁରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ କେହି ନଆସିବା ଯୋଗୁ ଟ୍ରଲିରେ ମୃତ ଦେହ ନିଆଯାଇଥିଲା ଶ୍ମଶାନକୁ। ଅନୁରୂପ ୫ ଦିନ ତଳେ ଜଣେ ସ୍ଵର୍ଣ୍ଣ ବ୍ୟବସାୟୀ ଜ୍ଵରରେ ପୀଡିତ ହୋଇ ମୃତୁ ବରଣ କରିଥିଲେ ଓ ଆଜି ମଧ୍ଯ ଜଣେ ଯୁବ ହୋଟେଲ ବ୍ୟବସାୟୀ ଜ୍ଵରରେ କିଛିଦିନ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ। ଏହି ଦୁଇ ଜଣଙ୍କ ମୃତ ଦେହ ନେବା ପାଇଁ କେହି କାନ୍ଧ ଦେବାକୁ ନଆସିବା ଯୋଗୁ ଶେଷରେ ଟ୍ରଲି ରିକ୍ସା ଯୋଗେ ଶ୍ମଶାନ ଘାଟକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା। ସ୍ଵର୍ଣ୍ଣ ବ୍ୟବସାୟୀଙ୍କ ଗୋଟିଏ ପୁଅ ଥିବାବେଳେ ଯୁବ ହୋଟେଲ୍ ବ୍ୟବସାୟୀଙ୍କ ଦୁଇଟି ଛୋଟ ଛୋଟ ପୁତ୍ର ସନ୍ତାନ ଅଛନ୍ତି। କରୋନା ଜନିତ ମୃତ୍ୟୁ ହେଉ ବା ନହେଉ ଏବେ ଯେଉଁ କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମୃତକଙ୍କୁ କାନ୍ଧବି ମିଳୁନି।
Nalco
Leave A Reply