Odisha news

ମନ୍ତ୍ରୀ ଙ୍କ ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଆହତ

ବୋରିଗୁମ୍ମା (କେ.ସାକିଲି ଦୋରା)—:ଆଜି ଅପରାହ୍ନ ୩ ଘଣ୍ଟିକା ସମୟରେ ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି କୋରାପୁଟ  ଠାରୁ ଏକ ମୀଟିଙ୍ଗ ସାରି ଫେରୁଥିବା ସମୟରେ
ହଠାତ ଏକ ପଲସର ମୋଟର  ଗାଡିକୁ  ଧକ୍କା ଦେବା ଫଳରେ  ବାଇକ ଚାଳକ ଗୁରୁତର ହୋଇପଡିଥିଲେ।ବୋରିଗୁମ୍ମା ଥାନା ଛତରଲା SH-48 ନିକଟରେ ରେ ଏକ ପଲସର ଗାଡି ନମ୍ବର OD18H2464 କୁ ମନ୍ତ୍ରୀ  ଙ୍କ ଗାଡି ନମ୍ବର OD02AW3839 କୁ ଧକ୍କା ହୋଇଛି ।ଯାହା ଫଳରର ମୋଟର ସାଇକେଲ ଆରୋହୀ ବିନୋଦ କୁମାର ପଣ୍ଡା ଆହତ ହୋଇଛନ୍ତି ହେଲେ ମନ୍ତ୍ରୀ  ଙ୍କୁ  କୌଣସି ଆଘାତ ହୋଇନଥିବା ବେଳେ  ତାଙ୍କ ଗାଡ଼ି ଚାଳକ ଏବଂ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଙ୍କୁ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରାଯାଇଛି ।ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ ମେଡିକାଲ ରେ ପହଞ୍ଚି ଛନ୍ତି। ସେପଟେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଗୁରୁତର ଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Comments are closed.