Odisha news

ପଥର କୁଆଁରୀ ନିକଟରେ ବହୁ ପରିମାଣର ବିସ୍ପୋରକ ଦ୍ରବ୍ୟ ଜବତ : ତେଲେଙ୍ଗାନା ରାଜ୍ୟର ଦୁଇ ଯୁବକ ଗିରଫ

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ଥାନା ଅନ୍ତର୍ଗତ ସର୍ଗିଗୁଡା ନିକଟ ଏକ ପଥର କୁଆଁରୀ ନିକଟରୁ ବହୁ ପରିମାଣର ବିସ୍ପୋରକ ଦ୍ରବ୍ଯ ଜବତ କରିବା ସହ ଘଟଣା ସ୍ଥଳ ରୁ ଦୁଇ ଯୁବକ ଙ୍କୁ ଗିରଫ କରାଯାଇଛି। ଏନେଇ ବୋରିଗୁମ୍ମା ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ  ଏକ ଖବରଦାତା ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି।ଗିରଫ ଦୁଇ ହେଲେ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର କେ.ଋଷି ବୟସ ୨୫ ବର୍ଷ ଓ ଟି.ଵାଲା ରାଜୁ ବୟସ ୩୯ ବର୍ଷ। କୌଣସି ସୂତ୍ରରୁ ଖବର ପାଇ ଏସ ଡ଼ି ପି ଓ ଙ୍କ ନେତୃତ୍ୱରେ ବୋରିଗୁମ୍ମା ପୋଲିସ ସର୍ଗିଗୁଡା ନିକଟ ଏକ ପଥର କୁଆଁରୀ ନିକଟରେ ପହଞ୍ଚିଥିଲା। ସର୍ଗିଗୁଡା ମୌଜା ଖାତା ନମ୍ବର ୧୪୪ ଓ ପ୍ଲଟ ନମ୍ବର ୫୧୨ ରେ ପଥର କୁଆଁରୀ ଅଛି। ପଥର ଫୁଟାଇବା ପାଇଁ ବେଆଇନ ଭାବେ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ଯ କୁଆଁରୀ ନିକଟରେ ଗଛିତ ଥିଲା। ପୋଲିସ ତୁରନ୍ତ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ସହ ଯୋଗାଯୋଗ କରିଥିଲେ। କିନ୍ତୁ ତହସିଲ କାର୍ଯ୍ୟାଳୟ ରୁ କୌଣସି ଲାଇସେନ୍ସ କିମ୍ବା ପଥର ଫୁଟାଇବା ପାଇଁ ଅନୁମତି ମିଳିନାହିଁ।
ଘଟଣା ସ୍ଥଳ ରୁ ପୋଲିସ କେ.ଋଷି ଓ ଟି.ଵାଲା ରାଜୁ କୁ ଗିରଫ କରିବା ସହ ଗୋଟିଏ କଂପ୍ରେସର, ଡ୍ରିଲିଂ ମେସିନ ଜବତ କରିଛି।ଗିରଫ କେ.ଋଷି ହେଉଛି କୁଆଁରୀ ମାଲିକ ଙ୍କ ପୁଅ ଓ ଅନ୍ୟ ଜଣ ହେଲେ ବ୍ଲାଷ୍ଟର। ଏଥିସହ ୧୦୦ କାର୍ଟୁନ ବିସ୍ପୋରକ ଦ୍ରବ୍ଯ, ୪ ବଣ୍ଡଲ ଲିଡ଼ ତାର,  ଦୁଇଟି ଇଲେକ୍ଟ୍ରିକ  ଡିଟୋନେଟର ଓ ଅନ୍ୟାନ୍ୟ ବିସ୍ପୋରକ ଦ୍ରବ୍ଯ ଜବତ କରିଥିଲା ପୋଲିସ। ଦୁଇ ଗିରଫ ବ୍ୟକ୍ତି ଙ୍କୁ ପଚରାଉଚରା ପରେ ସେମାନେ କୁସୁମୀ ବିସ୍ପୋରକ ଗୋଦାମ ରୁ ସାମଗ୍ରୀ ଆଣିଥିବା କହିଥିଲେ। ଏନେଇ ପୋଲିସ ତରଫରୁ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର ୨୧ / ୨୦୨୧ ଦଫା ବିସ୍ପୋରକ ଦ୍ରବ୍ଯ ମାମଲା ୫ ଓ ୬ ରୁଜୁ କରି ଚାରି ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅନ୍ୟ ଦୁଇ ଜଣ ହେଲେ ପଥର କୁଆଁରୀ ମାଲିକ କେ.ଶ୍ରୀନିବାସ ଓ କୁସୁମୀ ବିସ୍ପୋରକ ଗୋଦାମ ମେନେଜେର ଭି.ନବୀନ ରେଡି। ଜବତ ବିସ୍ପୋରକ ଦ୍ରବ୍ଯ ର ମୂଲ୍ୟ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି।।ଆଜିର ଖବରଦାତା ସମ୍ମିଳନୀରେ ଏସ ଡ଼ି ପି ଓ ଙ୍କ ବ୍ୟତୀତ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଏସ ଆଇ ସୁଜାତା ବୁଡେକ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Govt

Comments are closed.