Odisha news

ଚଳିତ ବଜେଟରେ ଓଡିଶାକୁ ମିଳିବ ୭୩,୫୯୬ କୋଟି କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ : ରାମ ମାଧବ

0

 ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି ରାଜ୍ୟସରକାର
 କୃଷକ ମାନଙ୍କ ହିତ ପାଇଁ ମୋଦି ସରକାରଙ୍କ ବଜେଟରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି
 ଉନ୍ନତ ମାନର ପ୍ରଦର୍ଶନ କରୁଥିବା ରାଜ୍ୟ ମାନେ କେନ୍ଦ୍ରୀୟ ଯୋଜନା ଲାଭ ନେବାରେ ଆଗରେ ରହିବେ
 ଯଦି ରାଜ୍ୟସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି
 ଟ୍ୟାକ୍ସ ସମ୍ବନ୍ଧୀୟ ଭଷ୍ଟ୍ରାଚାରକୁ ମୁକ୍ତ କରିବା ପାଇଁ ଫେସ ଲେସ ଟାକ୍ସ ଆସେସମେଂଟ ଏବଂ ଫେସ ଲେସ ଟ୍ୟାକ୍ସ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି
 ଭାରତରେ ଟିବି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି
ଭୁବନେଶ୍ୱର,ତା.୧୯/୧୨: ଚଳିତବର୍ଷର କେନ୍ଦ୍ରୀୟ ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ,ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନ ଏହି ବଜେଟରୁ ସବୁଠୁ ବେଶୀ ଲାଭ ପାଇପାରିବେ । ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ଚଳିତ ବଜେଟ ବରଦାନ ସଦୃଶ୍ୟ । ସମସ୍ତ ରାଜ୍ୟ ସରକାର ଏହି ଦିଗରେ କାର୍ଯ୍ୟ କରି କେନ୍ଦ୍ର୍ର ବଜେଟର ଲାଭ ଉଠାଇ ପାରିବେ । ଓଡିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ପ୍ରସ୍ତାବ ପଠାଉ ନାହାଁନ୍ତି କି କେନ୍ଦ୍ରୀୟ ଅନୁଦାନକୁ ସଠିକ ଭାବରେ ଖର୍ଚ୍ଚ କରିପାରୁ ନାହାଁନ୍ତି । ରାଜ୍ୟସରକାର ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ଓଡିଶାକୁ ମିଳିବାକୁ ଯାଉଛି । ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । କିନ୍ତୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିନପାରି ରାଜ୍ୟସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାମ ମାଧବ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଧବ କହିଛନ୍ତି ଯେ, ଚଳିତ କେନ୍ଦ୍ରୀୟ ବଜେଟରେ ପଛୁଆ ବର୍ଗଙ୍କୁ ସହାୟତା ଦେବା ଏବଂ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି । ଆଗାମୀ ଦିନରେ ଦେଶର ବିଭିନ୍ନ କ୍ଷେତ୍ରରେ ଭିତିଭୂମି ସୁଦୃଢ କରିବା ଏବଂ ଜଳ ସଂଶାଧନ କ୍ଷେତ୍ରରେ ଚଳିତ ବଜେଟରେ ଅଧିକ ପୁଂଜି ନିବେଶ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ କୃଷକ ମାନଙ୍କ ହିତ ପାଇଁ ମୋଦି ସରକାରଙ୍କ ଏହି ବଜେଟରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଚାଷୀଙ୍କ ଫସଲକୁ ମାର୍କେଟରେ ପହଂଚାଇବା ପାଇଁ କିଷାନ ରେଲ ଏବଂ କିଷାନ ଉଡାନର ବ୍ୟବସ୍ଥା ଆରମ୍ଭ

ହୋଇଛିି । କେନ୍ଦ୍ର ସରକାର ଷ୍ଟାର୍ଟ ଅର୍ପ ପ୍ରୋଗ୍ରାମକୁ ପୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ବିଦେଶ ପୁଂଜି ନିବେଶ କରିବା ପାଇଁ ନିଷ୍ପତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ ହେବ ।
ଉନ୍ନତ ମାନର ପ୍ରଦର୍ଶନ କରୁଥିବା ରାଜ୍ୟ ମାନେ କେନ୍ଦ୍ରୀୟ ଯୋଜନା ଲାଭ ନେବାରେ ଆଗରେ ରହିବେ । ମତ୍ସ୍ୟ ଉତ୍ପାଦନ, ସୋଲାର କ୍ଷେତ୍ରରେ, ଜଳ ସଂଶାଧନ କ୍ଷେତ୍ରରେ ବଜେଟ ପ୍ରାବଧାନ ରହିଛି । ଜଳ ସଂଶାଧନ କ୍ଷେତ୍ରରେ ୩.୫ ଲକ୍ଷ କୋଟି ରହିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ପାଣିର ସମସ୍ୟା ରହିଛି । ଯଦି ରାଜ୍ୟସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ମାଧବ କହିଛନ୍ତି ।
ଚାଷ ପାଇଁ କୁସୁମ ଯୋଜନାରେ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ । ଏହାର ଫାଇଦା ଓଡିଶା ସରକାର ଉଠାଇ ପାରିବେ । ୨୦୦ ଲକ୍ଷ କୋଟି ମତ୍ସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡିଶା ପାଇଁ ମଧ୍ୟ ଏହା ଏକ ବଡ ଲାଭକାରୀ ହୋଇ ପାରିବ । ଚଳିତ ବଜେଟରେ ଯୁବପିଢୀଙ୍କ ପାଇଁ ଷ୍ଟାର୍ଟ ଅପ, ଶିକ୍ଷା, ମତ୍ସ୍ୟ ଉତ୍ପାଦନ, ଭିତିଭୂମି ବିକାଶ ଦିଗରେ ପୁଂଜି ନିବେଶ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଭିତିଭୂମି କ୍ଷେତ୍ରରେ ସାରା ଦେଶରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ । ଦେଶରେ ୧୦୦ଟି ନୂଆ ବିମାନବନ୍ଦରର କାର୍ଯ୍ୟ କରାଯିବ । ଦେଶର ପ୍ରତ୍ନତତ୍ୱ ବିଭାଗର ବିକାଶ ପାଇଁ ଶିକ୍ଷା ସଂସ୍ଥାନ ଖୋଲା ଯିବ, ଏହାର ଫାଇଦା ମଧ୍ୟ ଓଡିଶା ରାଜ୍ୟସରକାର ନେଇ ପାରିବେ ବୋଲି ଶ୍ରୀ ମାଧବ କହିଛନ୍ତି ।
ଟିକସ ଦାତାଙ୍କ ପାଇଁ କେନ୍ଦ୍ର ସରକାର ୧୫ଲକ୍ଷ ପର୍ଯ୍ୟନ୍ତ ଟିକସ ଢାଂଚାକୁ ସରଳ କରାଯାଇଛି । ଏହା ଦ୍ୱାରା ମଧ୍ୟମ ବର୍ଗର ଲୋକଙ୍କୁ ବଡ ଫାଇଦା ମିଳିପାରିବ । ଟ୍ୟାକ୍ସ ସମ୍ବନ୍ଧୀୟ ଭଷ୍ଟ୍ରାଚାରକୁ ମୁକ୍ତ କରିବା ପାଇଁ ଫେସ ଲେସ ଟାକ୍ସ ଆସେସମେଂଟ ଏବଂ ଫେସ ଲେସ ଟ୍ୟାକ୍ସ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ ଟିବି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆୟୁଷ୍ମାନ ଯୋଜନାର ଫାଇଦା ଓଡିଶାବାସୀ ଉଠାଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେଶରେ ୨୦ ହଜାରରୁ ଉଦ୍ଧ୍ୱର୍ ମେଡିକାଲକୁ ଆୟୁଷ୍ମାନ ଭାରତ ମାଧ୍ୟମରେ ଯୋଡାଯାଇଛି । ଓଡିଶାରେ ୬୦ ପ୍ରତିଶତରୁ ଉଦ୍ଧ୍ୱର୍ ପଛୁଆ ବର୍ଗ ଲୋକ ବସବାସ କରୁଛନ୍ତି । ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିଲେ ସେମାନଙ୍କୁ ବଡ ଫାଇଦା ମିଳି ପାରିଥାନ୍ତା । ଆୟୁଷ୍ମାନ ଯୋଜନା ପାଇଁ ଭାରତ ସରକାର ୭୦ ହଜାର କୋଟିର ପ୍ରବାଧାନ ରଖିଛନ୍ତି । କିନ୍ତୁ ରାଜ୍ୟସରକାର ଏଠି ଏହି ଯୋଜନାକୁ ଲାଗୁ କରୁନାହାଁନ୍ତି । ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ସହ ଯୋଡିବାର ଯୋଜନା ଅଣାଯାଇଛି । ଓଡିଶା ଶିକ୍ଷିତ ଯୁବକମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି ଶ୍ରୀ ମାଧବ କହିଛନ୍ତି ।
ଚଳିତ ବଜେଟରେ ଟେକ୍ନୋଲେଜିକୁ ଭାରତରେ ଆଗକୁ ନେବାର ପ୍ରୟାସ କରାଯାଇଛି । ଭାରତ ନେଟ ଅନ୍ତର୍ଗତ ୧ ଲକ୍ଷ ଗାଁକୁ ଇଂଟରନେଟ ସହ ଯୋଡିବାର ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲସ ଇଂଟେଲିଜେଂସ କ୍ଷେତ୍ରରେ ୮ ହଜାର କୋଟିର ବ୍ୟବସ୍ଥା ରହିଛି । ଦେଶରେ ବିକାଶକୁ ପ୍ରଧାନ୍ୟ ଦେଇ ନିଉ ଇଣ୍ଡିଆ ଦିଗରେ କାର୍ଯ୍ୟକରିବା କେଦ୍ର ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି । କୃଷି କ୍ଷେତ୍ରରେ ୪୪ ପ୍ରତିଶତ ନିଯୁକ୍ତିର ସୁଯୋଗ ରହିଛି । ଏମଏସଏମଇ କ୍ଷେତ୍ରରେ ମଧ୍ୟ ଅନେକ ପ୍ରୋଜେକ୍ଟ ଅଣାଯାଇଛି । ଭିତିଭୂମି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବାର ଲକ୍ଷ୍ୟ ରହିଛି । ଏହା ଦ୍ୱାରା ଦେଶର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇ ପାରିବ ବୋଲି ଶ୍ରୀ ମାଧବ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply