ବ୍ରହ୍ମପୁରରେ ବିଜୁ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ : ବିଜୁଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା କଲେ ଦଳୀୟ ନେତା ଓ କର୍ମୀ
ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରେ ଦଳ ପକ୍ଷରୁ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ରେ ବିଜୁଙ୍କ ସ୍ମୃତିରେ ଦୀପଦାନ କରାଯାଇଥିଲା। ଏହାପରେ ସମସ୍ତେ ଦେଶୀ ବେହେରା ସାହି, ପୁରୁଣା ତାଳୁକା ଓ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହା ସହିତ ବିଜୁଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ସ୍ଥାନୀୟ ନଗର ଚିକିତ୍ସାଳୟ ପରିସର ରେ ରୋଗୀଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା। ସେହିପରି ଅପରାହ୍ନ ସମୟରେ ବିଜୁ ପଟ୍ଟନାୟକ ଙ୍କ ସ୍ମୃତି ରେ ସ୍ଥାନୀୟ ଉତ୍କଳ ଛକ ଠାରୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ମାନେ ବିରାଟ ସାଇକେଲ ଶୋଭାଯାତ୍ରା ରେ ବାହାରିଥିଲେ। ଏହି ଶୋଭାଯାତ୍ରା ନଗର ପରିକ୍ରମା କରି ଶେଷରେ ଗଜପତି ନଗର ଠାରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭାର ଆହୋଜନ ହୋଇଥିଲା। ଉକ୍ତ ସଭାରେ ବିଜୁ ଙ୍କ ସ୍ମୃତି ଚାରଣ କରିବା ସହ ସମସ୍ତେ ଶପଥ ପାଠ କରିଥିଲେ। ରାଜ୍ୟବାସୀଙ୍କୁ ନିଷ୍ଠାପର ସେବା ପ୍ରଦାନ କରିବା ସହ ଲୋକଙ୍କ ସୁଖ ଦୁଃଖରେ ସାଥୀ ହୋଇ ଚାଲିବେ। ସେହିପରି ଜାରି ରହିଥିବା ଓଡ଼ିଶାର ବିକାଶରେ ସମସ୍ତେ ସାରଥୀ ହୋଇ ଚାଲିବେ ବୋଲି ଶପଥ ଗ୍ରହଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ମହାନଗର ଯୁବ ସଭାପତି ଅଜିତ୍ ପଣ୍ଡା, ଛାତ୍ର ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ମହାନଗର ସଭାପତି ବିଜୟ ସାମଲ, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ ଙ୍କ ସମେତ ସମସ୍ତ କର୍ପୋରେଟର ଓ ଦଳୀୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।