ମହାତ୍ମା ବିଦୁରଙ୍କୁ ମହାଭାରତ ସମୟର ମୁଖ୍ୟ ବିଦ୍ୱାନ ଭାବରେ ଆଲୋଚନା କରାଯାଇ ଥାଏ l ତାଙ୍କର ପ୍ରତେକଟି କଥା ମଣିଷ ସମାଜ ପାଇଁ ଗୋଟିଏ ନୀତିଶିକ୍ଷା ଅଟେ l ବିଦୁର ତାଙ୍କ ନୀତିରେ ଜୀବନର ଅସୁବିଧାର ସମାଧାନକୁ ଦର୍ଶାଇ ଛନ୍ତି l ଆଜିର ନିତୀବାଣୀର ବିଦୁର ଏପରି ବ୍ୟକ୍ତି ମାନଙ୍କ ବିଷୟରେ ଦର୍ଶାଇଛନ୍ତି ଯେଉଁମାନେ ଯେଉଁମାନେ ଧନ ଦୌଲତ କୁ ସତ୍ୟାନାଶ କରିଥାନ୍ତି l ବିଦୁରଙ୍କ ନୀତିରେ ଜାଣନ୍ତୁ କିଭଳି ଲୋକଙ୍କୁ ଧନଦୌଲତ ଅର୍ପଣ କରିବା ଅନୁଚିତ l
*ପ୍ରତେକ ପରିବାରରେ କେହିନା କେହି ଉଜୋଗୀ ଓ ଆଉ କେହି ଅଳସୁଆ ଥାଆନ୍ତି l ଅଳସୁଆ ବ୍ୟକ୍ତି ସବୁବେଳେ ଜମା ହୋଇଥିବା ପୁଞ୍ଜିକୁ ମଧ୍ୟ ବର୍ବାଦ କରିଦେଇଥାଏ l ଅଳସୁଆ ବ୍ୟକ୍ତି ସବୁବେଳେ ନିଜର କାର୍ଯ୍ୟକୁ କାଲି ଉପରେ ଛାଡ଼ିଥାଏ l ତେଣୁ ଅଳସୁଆ ବ୍ୟକ୍ତିକୁ ଧନ ଦେବା ଉଚିତ ନୁହେଁ l
*ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତିର ନିୟମରେ କିଛି ନା କିଛି ତ୍ରୁଟି ରହିଛି ସେଭଳି ବ୍ୟକ୍ତିକୁ ଧନଦୌଲତ ସମର୍ପିବl ଉଚିତ ନୁହେଁ l କାରଣ ସେଭଳି ବ୍ୟକ୍ତି ମାନେ ଧନର ଦୁରୁପଯୋଗ କରିଥାନ୍ତି l ତେଣୁ ଧନ ସର୍ବଦା ଗୋଟିଏ ସଜ୍ଜନ ବ୍ୟକ୍ତିକୁ ଅର୍ପଣ କରିବା ଉଚିତ l
*ବିଦୁରଙ୍କ ମତରେ ଦୁଃର୍ଜନ ବ୍ୟକ୍ତିକୁ କେବେବି ଧନ ଦେବା ଉଚିତ ନୁହେଁ ,କାରଣ ଏଭଳି ବ୍ୟକ୍ତିମାନେ ସର୍ବଦା ପଇସାକୁ ଅବାଟରେ ନାଶ କରିଥାନ୍ତି l ତା ସହିତ ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇଥାନ୍ତି l
*ବିଦୁରଙ୍କ ନୀତିରେ ନାରୀ ମାନଙ୍କ ମନ ଚଞ୍ଚଳ ଅଟେ ,ତେଣୁ ସେମାନେ ଧନକୁ ଠିକ ବାଟରେ ବ୍ୟବହାର କରି ନ ଥାନ୍ତି l ତେଣୁ ସେମାନଙ୍କ ହାତରେ ଧନ ସମର୍ପଣ କରିବା ଉଚିତ ନୁହେଁ l