ଭଞ୍ଜନଗର, ୧୯/୧୨. ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଚଳିତ ବର୍ଷର ଶେଷ ବୈଠକ ସ୍ଥାନୀୟ ବନ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ କୁମାର ବଡ଼ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵାମିତ୍ର ହରପାଲ, ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ, ଆମ ପୋଲିସ ସମିତି ସଭାପତି ଡ଼.କୃତ୍ତିବାସ ବିଶ୍ୱାଳ, ସଦସ୍ୟ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଆରଟିଓ ଶୁଭେନ୍ଦୁ ରାୟ, ତହସିଲଦାର ଉମା ଶଙ୍କର ବେହେରା, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ବେଲଗୁଣ୍ଠା,ତାରସିଂ, ଜଗନ୍ନାଥ ପ୍ରସାଦ, ଗାଙ୍ଗପୁର ଆଇଆଇସି ଓ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଆମ ପୋଲିସ ସମିତି ପକ୍ଷରୁ ଚଳିତ ବର୍ଷ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ହୋଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ବିଭାଗ ସହଯୋଗରେ ନୂତନ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା ହୋଇଥିଲା।ପୋଲିସ ସମିତିର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଦୁଇ ଗୃହରକ୍ଷୀ ପି. ହେମନ୍ତ କୁମାର ରାଓ ଏବଂ କାଳୁ ଚରଣ ସେନାପତିଙ୍କୁ ଆମ ପୋଲିସ ସମିତି ଓ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।