ଭଞ୍ଜନଗର,୧୩/୧ ଏହି ବ୍ଲକ ଅନ୍ତର୍ଗତ ଦୋମୁହାଁଣୀ ପଞ୍ଚାୟତର ଆଦିବାସୀ ଗ୍ରାମ ଟୁଇଁପଦର ଓ ଖମଣସାହିରେ ଗାଲେରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ କରାଯାଇଛି । ଗାଲେରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ନିଦେ୍ର୍ଦଶକ୍ରମେ ଏକ ମେଡିକାଲ ଟିମ୍ ବୁଧବାର ଉପରୋକ୍ତ ଦୁଇ ଗ୍ରାମ ଗ୍ରସ୍ତରେ ଯାଇ ଗର୍ଭବତୀ ମାଆ ଓ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ସମେତ ମୋଟ ୮୬ଜଣଙ୍କ ମେଲେରିଆ ପରୀକ୍ଷା କରାଯାଇଥିଲା । ଏଥିସହ ଉଭୟ ଗ୍ରାମର ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ମଗଣାରେ କରାଯାଇଥିଲା । ତେବେ ୮୬ଟି ପରୀକ୍ଷା ମଧ୍ୟରୁ ଗୋଟିଏବି ପଜିଟିଭ୍ କେଶ ଆସିନଥିବାରୁ ମେଡିକାଲ ଟିମ୍ ବେଶ ଖୁସି ଜାହିର କରିଛନ୍ତି । ଏଥିସହ ଭଞ୍ଜନଗର ବ୍ଲକର ସମସ୍ତ ଉପାନ୍ତ ଆଦିବାସୀ ଇଲାକାରେ ଦମନ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟ କରୁଥିବାରୁ ମେଲେରିରଆ ନିୟନ୍ତ୍ରଣରେ ରହିଥିବା ପୁଣିଥରେ ପ୍ରମାଣିତ ହୋଇଛିବୋଲି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ମହାପାତ୍ର ଉଲ୍ଲେଖ କରିଛନ୍ତି । ମେଲେରିଆ ସୁପରଭାଇଜର କୃଷ୍ଣଚନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଟୁଇଁପଦର ଓ ଖମଣସାହି ଆଦିବାସୀ ଗ୍ରାମକୁ ଯାଇଥିବା ମେଡିକାଲ ଟିମରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକରୀ ଗୀତାଞ୍ଜଳୀ ମଲିକ, ସ୍ୱାସ୍ଥ୍ୟକର୍ମୀ ବାସନ୍ତୀ ମନ୍ତ୍ରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ସଂପୂର୍ଣ୍ଣ ସହାୟତା ଯୋଗାଇଥିଲେ । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକର୍ମୀ ଦ୍ୱୀତିକୃଷ୍ଣ ସାହୁ ପରିଚାଳନା କରିଥିଲେ ।
