ଭଞ୍ଜନଗର,୧୩/୧ସ୍ଥାନୀୟ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପରିସରରେ ମେଧାବୃତ୍ତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ‘ବିଡେକା’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରୀବ ଣ୍ରେଣୀର ପିଲାଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ୩ଜଣ ଛାତ୍ର ଓମ୍ ପ୍ରଭୃଜ୍ୟୋତ (ଅଷ୍ଟମ), ଓମ୍ ବେହେରା (ସପ୍ତମ), ଓ ଏସ୍. ପ୍ରଦ୍ୟୁମ୍ନ ପ୍ରଧାନ (ସପ୍ତମ)ଙ୍କୁ ଜଣ ପିଛା ୨୫ ହଜାର ଟଙ୍କା ଲେଖାଏଁ ମୋଟ ୭୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ବିଡେକା ଅନୁଷ୍ଠାନର ସଂପାଦକ ତଥା ସହକାରୀ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ବିଡେକା କର୍ମକର୍ତ୍ତା ରାଜେଶ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉକ୍ତ ଛାତ୍ରବୃତ୍ତି ଟଙ୍କା ପ୍ରଦାନ କରାଯାଇଥିଲା । ଏହି ୩ଜଣ ଗରୀବ ତଥା ମେଧାବୀ ଛାତ୍ର ବିଦ୍ୟାଳୟରେ ଯେପରି ଉତ୍ତମ ଭାବେ ଅଧ୍ୟୟନ କରିବା ସହ ନିଜର ତଥା ବିଦ୍ୟାଳୟର ଟେକ ରଖିପାରିବେ ସେ ଦିଗରେ ସଭିଏଁ ନିଷ୍ଠାପର ଉଦ୍ୟମ କରିବାକୁ ଏହି ଅବସରରେ ପରାମର୍ଶ ଦିଆଯାଇଥିଲା ।
ସୂଚନା ଯୋଗ୍ୟଯେ ଏହି ମେଧାବୀ ଛାତ୍ରଙ୍କ ପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ବିଡେକା ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ଏଭଳି ମାନବିକତା ଗୁଣ ପାଇଁ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ତଥା ନିଦେ୍ର୍ଦଶକ ଶାନ୍ତନୁ କୁମାର ତ୍ରିପାଠୀ ସାଧୁବାଦ ଜଣାଇଥିଲେ । ଯେଉଁ ମେଧାବୀ ଗରୀବ ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ସେମାନେ ଏଭଳି ସହଯୋଗ ଦ୍ୱାରା ନିଜର ଭବିଷ୍ୟତ ତିଆରି କରିପାରିବେବୋଲି ବିଡେକା ସଂପାଦକ ଇଂ. ଗୌଡ ଉଲ୍ଲେଖ କରିଥିଲେ ।
ବିଡେକା ପକ୍ଷରୁ ପ୍ରତିବର୍ଷ ଏହି ଅନୁଷ୍ଠାନରେ ୩ଜଣ ମେଧାବୀ ତଥା ଗରୀବ ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ଅନୁଷ୍ଠାନ ନିଷ୍ପତି ନେଇଥିବା ସେ ସୁଚନା ଦେଇଥିଲେ । ଅର୍ଥ ଅଭାବରୁ ଜଣେ ଗରୀବ ତଥା ମେଧାବୀ ଛାତ୍ର ଯେପରି ଉନ୍ନତ ଶିକ୍ଷା ଲାଭରୁ ବ‚ିତ ହେହନାହିଁ ସେଥିପାଇଁ ‘ବିଡେକା’ର ଏଭଳି ସାଧୁ ଉଦ୍ୟମକୁ ବିଦ୍ୟାଳୟ ଅଧ୍ୟକ୍ଷ ଶତପଥୀ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଶୁଳପାଣି ଶତପଥୀ ଓ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
