ଭଦ୍ରକ,୧୫ା୦୫ : ଗତକାଲି ଅପରାହ୍ନରେ ଗୋଟିଏ ଶ୍ରମକି ସ୍ପେଶାଲ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ ପୁଣି ରାତିରେ ଆଉ ୨ ଟି ଟ୍ରେନ ଭଦ୍ରକରେ ପହଞ୍ଚିଛି । ଯେଉଁଥିରେ ବିଭିନ୍ନ ଜିଲ୍ଲାର ପାଖାପାଖି ୨ ହଜାର ପ୍ରବାସୀ ଉହ୍ଲାଇଛନ୍ତି । ସେମାନେ ସବୁ ଭଦ୍ରକ,କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ ପ୍ରଭୃତି ଜିଲ୍ଲାମାନଙ୍କ ପ୍ରବାସୀ ଉହ୍ଳାଇଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପଞ୍ଜିକରଣ କରାଯାଇ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆ ଯାଇଛି । ରାତିରେ ଆସିଥିବା ଟ୍ରେନ ଦୁଇଟି ମଧ୍ୟରୁ ଗୋଟିଏ ସୂରଟରୁ ଆସିଥିବା ବେଳେ ଗୋଟିଏ ତାମିଲନାଡୁର ତିରୁପୁରରୁ ଆସିଥିଲା । ଏହି ଦୁଇ ଟ୍ରେନରେ କେବଳ ଭଦ୍ରକ ଜିଲ୍ଲାର ପ୍ରବାସୀ ୭ଶହରୁ ଉଦ୍ଧ୍ୱର୍ ଉହ୍ଲାଇଛନ୍ତି । ସେମାନଙ୍କୁ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ଣ୍ଟେରରେ ରଖା ଯାଇଛି । ସେହିପରି ଆଜି ମଧ୍ୟ ଗୋଟିଏ ଟ୍ରେନ କୋଏମ୍ବାଟୁରରୁ ଆସି ପହଞ୍ଚି ସାରିଥିବା ବେଳେ ଆଉ ଅଧିକ ଟ୍ରେନ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି ।
