ବ୍ରହ୍ମପୁର : ଲାଞ୍ଜୀପଲ୍ଲି ମା ତାରା ଦେବୀ ଠାକୁରାଣୀ ଯାତ୍ରାର ଆଜି ରବିବାର ଅବସରରେ ବଢୁଛି ଭକ୍ତ ଙ୍କ ଭିଡ। ହଜାର ହଜାର ଭକ୍ତଙ୍କ ଗହଣରେ ମା ସାହି ପରିକ୍ରମା କରିବା ପାଇଁ ଘଣ୍ଟ ଘଣ୍ଟା, ଢୋଲ ମୃଦଙ୍ଗ,ବେଶ ପଟୁଆର ହରି ବୋଲ ହୁଳ ହୁଳି ଶବ୍ଦ ରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଅସ୍ଥାୟୀ ପୂଜା ମଣ୍ଡପ ଠାରେ ସଂଧ୍ୟା ରେ ୧୦୮ ଆରତି ପରେ ସାହି ପରିକ୍ରମା ରେଭକ୍ତଙ୍କ ଦର୍ଶନ ଦେଉଛନ୍ତି । ଠାକୁରାଣୀ ଯାତ୍ରା ର ମହଲ ଭକ୍ତଙ୍କୁ ଉଦଯୀବିତ କରିଛି। ତାପମାତ୍ରା ବୃଦ୍ଧି ଓ ଗୁଳୁଗୁଳି ଥୀବା ବେଳେ ପ୍ରବଳ ଗହଳିରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ପୂଜା ଅର୍ଚ୍ଚନା ପରେ ଆରତି କରାଯାଉ ଭୋଗ ଲାଗି କରାଯାଉଛି। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ନିଜ ର ଦୁଃଖ ଜଣାଇବା ପାଇଁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ଆଜି ବ୍ରହ୍ମାଣ ସାହି, କାଳଞ୍ଜି ସାହି, କାଞ୍ଜିଆମା ମନ୍ଦିର ଦେଇ ଉମା ନଗର ପ୍ରଥମ ଲାଇନ୍, ଦ୍ବିତୀୟ ଲାଇନ୍ ଦେଇ କାଳଞ୍ଜି ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ପୂଜା ମଣ୍ଡପ କୁ ଫେରି ଥିଲେ ବୋଲି ଦେଶୀ ବେହେରା କୁନା ସାବତ ସୂଚନା ଦେଇଛନ୍ତି।
