Odisha news

ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀଙ୍କ ସଫଳତା, ଓଡିଶା ପୋଲିସ ଏସ ଆଇ ରେ ୬ ଜଣ,ଅର୍ଦ୍ଧସମାରିକ ବଳରେ ୧୮ ଜଣ ମନୋନୀତ

0
ବ୍ରହ୍ମପୁର :-ବ୍ରହ୍ମପୁର ଗୋସାଇଁନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସଭାରେ ନିକଟରେ ପ୍ରକାଶ ପାଇଥିବା ଓଡିଶା ପୋଲିସ ଏସଆଇ. ପରୀକ୍ଷାରେ ସଫଳତା ଏକାଡେମୀର ୬ ଜଣ ଓ ଅର୍ଦ୍ଧସମାରିକ ବାହିନୀ(BSF, CRPF, SSB,ITBP,ASSAM, RIFLES )ପରୀକ୍ଷାରେ ୧୮ ଜଣ ମନୋନୀତ ହୋଇଛନ୍ତି l ଉକ୍ତ ପରୀକ୍ଷାତି ମାନେ ଉଭୟ ଲିଖିତ, ଶାରୀରିକ ଓ ମେଡିକାଲ ପରୀକ୍ଷାରେ କୃର୍ତକାଯ୍ୟ ହୋଇଛନ୍ତି l ସଭାରେ ଏକାଡେମୀର ପ୍ରତିଷ୍ଠାତା ଡ଼ଃ. ଲଳିତ ମୋହନ ସାମନ୍ତରାୟ ଉପସ୍ଥିତ ରହି ମନୋନୀତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବନ୍ଧିତ କରିବା ସହିତ ଆଜୀବନ କର୍ତ୍ତବ୍ୟ ପରାୟଣ ରହିବା ପାଇଁ  ଉପଦେଶ ଦେଇଥିଲେ l ଉକ୍ତ କାଯ୍ୟକ୍ରମରେ ଏକାଡେମୀର ନିର୍ଦ୍ଧେଶକ ଶ୍ରୀ. ଦେବେଶ ସାମନ୍ତରାୟ ଛାତ୍ରଛାତ୍ରୀଙ୍କ ଏହି ସଫଳତାକୁ ପ୍ରଶଂସା କରିବା ସହିତ ଏହା ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ l ଉକ୍ତ ସଭାରେ ଏକାଡେମୀର ଅନେକ ପୁରୁଣା ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସଭାର ସଫଳ ପରିଚlଳନା କରିଥିଲେ l ମାନସ କୁମାର ବେହେରା, ଭବାନୀ ଶଙ୍କର ନାୟକ, ଆନନ୍ଦ ଦେବତା, ଆତ୍ରହି ଭଞ୍ଜନ ଶାସମଲ, ବିଷ୍ଣୁ ପାଦ, ଶକ୍ତି ପ୍ରସାଦ ବେହେରା, ଅମିତ କୁମାର ସାହୁ ଓପିଏସସି ରେ ପାଇଥିବା ବେଳେ, ଡି ଜ୍ୟାତି ରେଡ୍ଡୀ, ବନିତା କୁମାରୀ ଯୁତି, ତପସ୍ୱିନୀ ମୁଦୁଲି, ବସନ୍ତ ବିଶ୍ୱାଳ, ପ୍ରବୀଣ ପରିଡା, ଡମ୍ବୁରୁ ଧର ଗର,ଡି. ସିମାଞ୍ଚଳ ବେହେରା,ସିଦ୍ଧାନ୍ତ ଗୌଡ଼,ଲକ୍ଷ୍ମୀ ନାରାୟଣ  ପାଣିଗ୍ରାହୀ, ସରୋଜ ଗୌଡ଼, ଲିପାନ ସାହୁ,ମନୋଜ ଗୌଡ଼,ସନ୍ଦୀପ କୁମାର ସାହୁ,ନିର୍ମଳ ପ୍ରଧାନ,ବିଶ୍ୱ ରଞ୍ଜନ ରାଉତ,ପର୍ଶୁରାମ ବେହେରା,ଏମ ଜିତେନ୍ଦ୍ର ଦୋରା, ଆଶିଷ ପୂଜାରୀ ପ୍ରମୁଖ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
Leave A Reply