ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ସାମ୍ନାରେ ଥିବା ପଡିଆରେ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ବିଶ୍ରାମ ଗୃହ ବା ପାନ୍ଥ ନିବାସ ନିର୍ମାଣ ହେବାକୁ ଥିବା ବେଳେ ବେଲଗୁଣ୍ଠା ବିଡିଓ ଶଶି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକ ପ୍ରାଶାସନ ଚିହ୍ନଟ ଜମିକୁ ଆସି ସମୀକ୍ଷା କରିଛନ୍ତି I
ଏହି ବିଶ୍ରାମ ଗୃହ ଗାଙ୍ଗପୁର ମୁଖ୍ୟ ସଡ଼କ ପାର୍ଶ୍ଵରେ ହେବାକୁ ଥିବାରୁ ସମ୍ମୁଖ ଭାଗରେ ଏକ ମାର୍କେଟ୍ କମ୍ପ୍ଲେକ୍ସ୍ ସହ ବିଶ୍ରାମ ଗୃହ ନିର୍ମାଣ କରିବାକୁ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ପ୍ରସ୍ତାବ ଦେଇଥିଲେ I
ବିଡ଼ିଓଙ୍କ ସହ ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ, ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା, ଶାରଦା ପ୍ରସାଦ ଜେନା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ, ରାଜୀବ ଚନ୍ଦ୍ର ପ୍ରଧାନ, ପ୍ରଭାତ ଦାସଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଯୁବ କବି ଶିଶିର କୁମାର ସ୍ୱାଇଁ, ଯୁବ ସ୍ଵେଚ୍ଛାସେବୀ ଶ୍ୟାମସୁନ୍ଦର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I
