Odisha news

ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ଛାତ୍ରୀଙ୍କ ସଫଳତା

0
ବେଲଗୁଣ୍ଠା, 14/03, ବେଲଗୁଣ୍ଠା ବ୍ଳକ୍ ରେ  ଅନୁଷ୍ଠିତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବ୍ଳକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗୋବରା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର କୃତୀ ଛାତ୍ରୀ ସମ୍ମାନୀତା ପାତ୍ର I ସମ୍ମାନୀତାଙ୍କ ଏହି ସଫଳତାରେ ବିଦ୍ୟାଳୟ ଏବଂ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଏହି ସଫଳତା ପାଇଁ ତାଙ୍କ ବାପା ମୁରଲୀଧର ପାତ୍ର ଏବଂ ମାଆ ଟିକିନା ପାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି I ଅନ୍ୟ ପକ୍ଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ସଭାପତି କୁଞ୍ଜବିହାରୀ ନାୟକ ଏବଂ ସମ୍ପାଦକ ତ୍ରିଲୋଚନ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ପ୍ରକାଶ ଥାଉକି ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନରୁ ପ୍ରତିବର୍ଷ ଏକାଧିକ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା,ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ସଫଳତା ହାସଲ କରୁଥିବା ବେଳେ ଆଗାମୀଦିନରେ ଏହି ସଫଳତା ଧାରା ବୃଦ୍ଧି ପାଇବ ବୋଲି ଅନୁଷ୍ଠାନ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I
Govt
Leave A Reply