Odisha news

BCCI ପକ୍ଷରୁ ଅଚାନକ ଭାବରେ କାହିଁକି ଡକାଗଲା ବୈଠକ ଓ କେଉଁ ମାନେ ହେବେ ବୈଠକ ରେ ସାମିଲ ?  

0

ଭାରତୀୟ କ୍ରିକେଟ ରେ ପୁନର୍ବାର ହଲଚଲ ଦେଖା ଦେଇଛି, ସାଉଥ ଆଫ୍ରିକା ବିରୁଦ୍ଧରେ ଦ୍ଵିତୀୟ ଏକ ଦିବସୀୟ ଠିକ ପୂର୍ବରୁ ବିସିସିଆଇ ହେଡ଼ କୋଚ ଗୌତମ ଗମ୍ଭୀର, ଚିଫ ସିଲେକ୍ଟର ଅଜିତ ଅଗରକର ଓ ବୋର୍ଡ ର କିଛି ଶୀର୍ଷ ଅଧିକାରୀ ଙ୍କ ସହିତ ଆଉ ଗୋଟିଏ ଡାକିଛନ୍ତି, ମ୍ୟାଚ ର କିଛି ଘଣ୍ଟା ପୂର୍ବରୁ ଆୟୋଜିତ କରାଯାଉଛି ଏହି ବୈଠକ ଅନେକ ବଡ଼ ସଂକେତ ଦେଉଛି lକିନ୍ତୁ କାହିଁକି କରାଗଲା ଏହି ଅଚାନକ ବୈଠକ ? ଏବଂ କଣ ରହିଛି ଏହା ଅଚାନକ ବୈଠକ ର କାରଣ ? ସ୍ପୋର୍ଟ୍ସ ଷ୍ଟାର ର ରିପୋର୍ଟ ଅନୁସାରେ ଏହି ବୈଠକ ରେ ବିସିସିଆଇ ସଚିବ ଦେବଜିତ ସାଇକିଆ , ଜଏଣ୍ଟ ସଚିବ ପ୍ରଭାତେଜ ସିଂ ଭାଟିଆ , କୋଚ ଗୌତମ ଗମ୍ଭୀର ଓ ଚୟନ ସମିତି ଅଧକ୍ଷ ଅଜିତ ଅଗରକର ଉପସ୍ଥିତ ରହିବେ l ଏହି ବୈଠକ ରେ କୌଣସି ସିନିଅର ଖେଳାଳି ଙ୍କୁ ସାମିଲ ହେବା ପାଇଁ ଡକା ଯାଇନାହିଁ l

ବିସିସିଆଇ ଅଧିକାରୀ ଙ୍କ ଅନୁସାରେ ଏହି ମିଟିଂ ର ଉଦେଶ୍ୟ ହେଉଛି, ଟିମ ଚୟନ ରେ ନିରନ୍ତରତା ଓ ଭବିଷ୍ୟ ର ଯୋଜନା କୁ ନେଇ ସ୍ପଷ୍ଟତା ରଖିବା l

ନିକଟରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ରେ ମିଳିଥିବା ପରାଜୟ ବୋର୍ଡ ଅଧକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି, ଏହି ବୈଠକର ମୂଳ ଉଦେଶ୍ୟ ରହିବ
– ନିକଟରେ ହୋଇଥିବା ମ୍ୟାଚ ରେ ଟିମ ର ଭୁଲ ରଣନୀତି
–  ମ୍ୟାନେଜମେଣ୍ଟ ଓ ଖେଳାଳୀ ଙ୍କ ମଧ୍ୟରେ କମ୍ୟୁନିକେସନ ଗ୍ୟାପ
– ଦୀର୍ଘ ସମୟ ପର୍ଯ୍ୟନ୍ତ ଟିମ ର ଯୋଜନାକୁ ମଜବୁତ କରିବା
– T 20 ଓ ODI ୱାର୍ଲଡ କପ କୁ ନେଇ ହେବ ବଡ଼ ନିଷ୍ପତି
– ବିରାଟ କୋହଲି ଓ ରୋହିତ ଶର୍ମା ଙ୍କର ଭୂମିକା କୁ ନେଇ ହେବ ଚର୍ଚା

Leave A Reply