ଏହି ସଫଳତା ସମ୍ପର୍କରେ ମତବ୍ୟକ୍ତ କରି ମଦର୍ସ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୋଲି ପଟ୍ଟନାୟକ କହିଛନ୍ତି, “ଆମର ଛାତ୍ରଛାତ୍ରୀମାନେ ସେମାନଙ୍କର ପରବର୍ତୀ ଯାତ୍ରା ଆରମ୍ଭ କରୁଥିବା ବେଳେ ଆମେ ସେମାନଙ୍କୁ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛୁ । ଗୋଟିଏ କଥା ଉପରେ ମୁଁ ଗୁରୁତ୍ୱ ଦେବାକୁ ଚାହୁଁଛି ଯେ, ଏତେ ଚମତ୍କାର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସୁଥିଲେ, ସମସ୍ତ ଶ୍ରେଣୀ ପରୀକ୍ଷା ଓ ଆସାଇନମେଂଟ ନେଉଥିଲେ ଏବଂ କେବେ ବି ମଧ୍ୟ କ୍ଲାସ ବନ୍ଦ କରିନାହାନ୍ତି । ମୁଁ ଭାବୁଛି ଏହା ସେମାନଙ୍କ ସଫଳତାରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛି ।”
