ନୂଆବର୍ଷ ଆରମ୍ଭରେ ପାକିସ୍ଥାନ ନିଜର କୁତ୍ସିତ ପ୍ରକୃତିକୁ ଆଉଥରେ ଦେଖାଇଛି, ପାକିସ୍ଥାନ ସେନା ପ୍ରମୁଖ ଜେନେରାଲ ଆସୀମ ମୁନୀର ଭାରତ ବିରୁଦ୍ଧରେ ବୁଲେଇ ବଙ୍କେଇ ଜହର ଓଗାଳିଛନ୍ତି, ଭାରତର ନାଁ ନନେଇ କଡା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭାରତର ଅଖଣ୍ଡତା ଉପରେ କୌଣସି ଆଞ୍ଚ ଆସିଲା ତେବେ ପାକିସ୍ଥାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ l ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ପାକିସ୍ଥାନ ନିଜ ଅନ୍ତରୀଣ ଅଶାନ୍ତି ଓ ଆତଙ୍କବାଦ ର ଗମ୍ଭୀର ସମସ୍ୟା ରେ ପୀଡିତ ଅଛି l
ପାକିସ୍ଥାନ ସେନା ର ଓ ଜାରି ବୟାନ ଅନୁସାରେ ଜେନେରାଲ ଆସୀମ ମୁନୀର ରାଉଳପିଣ୍ଡି ସ୍ଥିତ ଜେନେରାଲ ହେଡକ୍ୱାଟର୍ସ ରେ ବଲୁଚିସ୍ଥାନ ରେ ଆୟୋଜିତ ୧୮ ତମ ରାଷ୍ଟ୍ରୀୟ କାର୍ଯ୍ୟଶାଳା ରେ ଏଭଳି ଟିପ୍ପଣୀ ଦେଇଛନ୍ତି l ପାକିସ୍ଥାନ ସେନା ମୁଖ୍ୟ ବିନା କୌଣସି ପ୍ରମାଣ ନଦେଇ କହିଛନ୍ତି ଯେ ଭାରତ ସମର୍ଥିତ ବଲୁଚିସ୍ଥାନ ରେ ଅସ୍ଥିରତା ସୃଷ୍ଟି କରୁଛନ୍ତି, ସେଥିପାଇଁ ପାକିସ୍ଥାନ ସେନା ଜାଗ୍ରତ ରହି ଶାନ୍ତି ଫେରାଇ ଆଣିବାକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ l
କିନ୍ତୁ ଅନ୍ୟପକ୍ଷରେ ପାକିସ୍ଥାନ ଲଗାତାର ଭାରତରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରୁଛି ବୋଲି ପଞ୍ଜାବ ପୋଲିସ ର ମହାନିର୍ଦେଶକ କହିଛନ୍ତି l ସେ କହିଛନ୍ତି ପାକିସ୍ଥାନ ର ଗୁଇନ୍ଦା ବିଭାଗ ISI ଡ୍ରୋନ ଜରିଆରେ ପଞ୍ଜାବ କୁ ଗୋଳା ବାରୂଦ ପଠାଉଛି l
ଏବଂ ସୀମା ପାର ଆଂତଙ୍କବାଦୀ କାର୍ଯ୍ୟ କୁ ପଣ୍ଡ କରିବା ପାଇଁ ପଞ୍ଜାବ ପୋଲିସ ସର୍ବଦା ଚେଷ୍ଟିତ l ଯାହାକୁ ସେ ସବୁବେଳେ କରିଆସୁଛି l ପାକିସ୍ଥାନ ଭାରତର ସୀମାବର୍ତୀ ଅଂଚଳ ଗୁଡିକରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିବାକୁ ଚାହୁଁଚି l
