Odisha news

ଫ୍ଲାସ ବ୍ୟାକ -୨୦୨୫ ରେ ଘଟି ଯାଇଥିବା ମୁଖ୍ୟ ଘଟଣାବଳୀ –

0

– ୨୦୨୫ ଦିଲ୍ଲୀ ବିଧାନସଭା ମତଦାନ ରେ ଆମ ଆଦମୀ ପାର୍ଟି କୁ ପରାଜିତ କରି ଦିଲ୍ଲୀ ରେ ଫୁଟିଥିଲା ପଦ୍ମ, ବିଜେପି ର ରେଖା ଗୁପ୍ତା  ହୋଇଥିଲେ ନୂଆ ମୁଖ୍ୟମନ୍ତ୍ରୀ l

– ନଭେମ୍ବର ୨୦୨୫ ବିହାର ବିଧାନସଭା ସାଧାରଣ ନିର୍ବାଚନ ରେ ବିଜେପି ର ନେତୃତ୍ୱ ରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ , ମହାଗଠବନ୍ଧନ କୁ ହରାଇ ବିଜୟ ଲାଭ କରିଥିଲା ଓ ନୀତିଶ କୁମାର ହୋଇଥିଲେ ପୁନର୍ବାର ମୁଖ୍ୟମନ୍ତ୍ରୀ l

– ସେହିଭଳି ଓଡ଼ିଶାରେ ନୂଆପଡା ବାଇ ଇଲେକ୍ସନ ରେ ଶଙ୍ଖ ଗଡରେ ଫୁଟିଲା ପଦ୍ମ,, ରାଜେନ୍ଦ୍ର ଢୋଲକିଆ ଙ୍କ ପୁଅ ଜୟ ଢୋଲକିଆ ବିପୁଳ ଭୋଟ ରେ ବିଜୟ ଲାଭ କରିଥିଲେ l

– କଂଗ୍ରେସ ନେତା ମହମଦ ମୋକିମ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ରୁ ସସ୍ପେଣ୍ଡ କରାଯାଇ ଥିଲା l ଯାହା ଖୁବ ଚର୍ଚା ସାଉଁଟି ଥିଲା l

– ଅଗଷ୍ଟ ୬ ୨୦୨୫ ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ ଲଗାଇଥିଲେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ l ଏହା ଭାରତ ରୁଷ ନିକଟରୁ ତେଲ ଆମଦାନୀ କରୁଥିବାରୁ ପ୍ରତିଶୋଧ ଥିଲା l

– ୨୦୨୫ SCO ଶିଖର ସମ୍ମିଳନୀ ରେ ଅନ୍ୟ ୭ଟି ଦେଶ ସହିତ  ୩ ମହାଶକ୍ତି ରୁଷ, ଭାରତ ଓ ଚୀନ କୁ ଏକ ସାଙ୍ଗରେ ଦେଖିବାକୁ ମିଳିଥିଲା, ଏହା ଚୀନ ର ସାଂଘାଇ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ମୁଦା  ଥିଲା ଆତଙ୍କବାଦର ମୁକାବିଲା  l

– ଅପ୍ରେଲ ୨୦୨୫ ରେ କାଶ୍ମୀର ର ପେହଁଲଗାମ ରେ ପାକିସ୍ଥାନ ଆତଙ୍କବାଦୀ ମାନେ ଧର୍ମ ପଚାରି ୨୬ ଜଣ ହିନ୍ଦୁ ଟୁରିଷ୍ଟଙ୍କର ହତ୍ୟା କରିଥିଲେ, ଯାହାର ଜବାବ ଭାରତୀୟ ସେନା ଅପରେସନ ସିନ୍ଦୁର୍ ମାଧ୍ୟମରେ ଦେଇଥିଲା l

– ୨୦୨୫ ଶୀତ କାଳୀନ ଅଧିବେଶନ ରେ ବିଧାୟକଙ୍କର ୨୪ ପ୍ରତିଶତ ଦରମା ବୃଦ୍ଧି ହୋଇଥିଲା, ସର୍ବାଧିକ ଦରମା ପାଉଥିବା ତାଲିକାରେ ଓଡ଼ିଶାର ବିଧାୟକ ୧ ନମ୍ବର ରେ ରହିଥିଲେ l

* ୨୦୨୫ ରେ ବାଙ୍ଗଲାଦେଶ ହିଂସାରେ ହିନ୍ଦୁ ଯୁବକ ଦିପୁ ଦାସ ଙ୍କ ହତ୍ୟା ଦର୍ଶାଇଥିଲା ବିଦେଶରେ ହିନ୍ଦୁ ଅସୁରକ୍ଷିତ l

– ଦୀର୍ଘ ଦିନର ସ୍ବପ୍ନ କୁ ପୁର୍ଣ କରି ୨୦୨୫ ରେ ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମଥର ପାଇଁ ICC ମହିଳା ବିଶ୍ୱ କପ ଜିତି ଇତିହାସ ରଚିଥିଲା l

– ଏସିଆ କପ କ୍ରିକେଟ ୨୦୨୫ ଫାଇନାଲ ରେ ଭାରତ ପାକିସ୍ଥାନ କୁ ୫ ଉଇକେଟ ରେ ହରାଇ ୯ମ ଥର ପାଇଁ ଚମ୍ପିୟାନ ହୋଇଥିଲା , ଏବଂ ଏହି ମ୍ୟାଚ ରେ ଭାରତୀୟ ଦଳ ପାକିସ୍ଥାନ ମନ୍ତ୍ରୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲେ l ଯାହାର କାରଣ ଥିଲା ପେହେଲଗାମ ଆକ୍ରମଣ l

– ୨୦୨୫ ରେ ଉତ୍ତରପ୍ରଦେଶ ର ପ୍ରୟାଗରାଜ ରେ ପ୍ରସିଦ୍ଧ ମହାକୁମ୍ଭ ର ଆୟୋଜନ ହୋଇଥିଲା, ଯେଉଁଥିରେ ଦେଶ ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ l

– ମହାକୁମ୍ଭ ୨୦୨୫ ରେ ଚର୍ଚ୍ଚା ସାଉଁଟି ଥିଲେ ମାଳି ବିକୁଥିବା କନ୍ୟା ମୃଗ ନୟନୀ ମୋନାଲିସା , ଯିଏକି ସୋସିଆଲ ମିଡ଼ିଆ ସେନସେସନ ହୋଇ ବର୍ତମାନ ଜଣେ ଅଭିନେତ୍ରୀ l

– ଭାରତୀୟ ସିନେମା ରେ ୨୦୨୫ ବିଶେଷ ଛାପ ଛାଡିଥିଲା, ହିନ୍ଦୀ ଚଳଚିତ୍ର କାନ୍ତାରl ଚାପ୍ଟର -1, ଛାବା, ୱାର -2, ଧୁରନ୍ଧର ଭଳି ଚଳଚିତ୍ର ବକ୍ସଅଫିସ ରେ ଚମତ୍କାର ପ୍ରଦର୍ଶନ କରିଥିଲା l

–  ଓଡ଼ିଆ ଚଳଚିତ୍ର ‘ବୋଉ ବୁଟୁ ଭୁତ’ ଓଡ଼ିଆ ଚଳଚିତ୍ର ଇତିହାସ ରେ ସର୍ବାଧିକ ୨୦ କୋଟି କଲେକ୍ସନ କରି ରେକର୍ଡ ସୃଷ୍ଟି କରିଥିଲା l

–  ୨୦୨୫ ରେ ବଲିଉଡ ନାୟକ ହି -ମ୍ୟାନ ଙ୍କ ନିଧନ ସିନେପ୍ରେମୀ ଙ୍କ ମନରେ ଦୁଃଖ ଦେଇଥିଲା l ଓଡ଼ିଆ ଚଳଚିତ୍ର ଇଣ୍ଡଷ୍ଟ୍ରିର ମେଲୋଡି କିଙ୍ଗ ଗାୟକ ହୁମାନ ସାଗର ଙ୍କ ନିଧନ ଓଡ଼ିଆ ସେନେମା ଇଣ୍ଡଷ୍ଟ୍ରି ର ଅପୂରଣୀୟ କ୍ଷତି ହୋଇ ରହିଗଲା l

Leave A Reply