Odisha news

ଭାରତୀୟ ମୁଦ୍ରା ହ୍ରାସ ଚିନ୍ତା ବଢ଼ାଇଲା ସେୟାର ମାର୍କେଟ ର

0

ଡଲାର ସାମ୍ନାରେ ଭାରତୀୟ ମୁଦ୍ରା ଫିକା ,ଦିନକୁ ଦିନ ହ୍ରାସ ପାଉଛି ଭାରତୀୟ ମୁଦ୍ରାର ସ୍ତର , କାହିଁକି ମୂଲ୍ୟହୀନ ହେଉଛି ଭାରତୀୟ ମୁଦ୍ରା ,କଣ ରହିଛି ଏହା ପଛର କାରଣ ?
କାହିଁକି ହ୍ରାସ ପାଉଛି ମୁଦ୍ରା ର ମୂଲ୍ୟ ?

ଲଗାତାର ଭାରତୀୟ ମୁଦ୍ରାର ସ୍ତର କମିବାରେ ଲାଗିଛି, ଗତ ଶୁକ୍ରବାର ମିଡ଼-ଡେ ଟ୍ରେଡ଼ ସମୟ ରେ କିଛି ସମୟ ପାଇଁ ରିକଭରୀ ପରେ ପୁନର୍ବାର ଡଲାର ତୁଳନାରେ ମୁଦ୍ରା ହ୍ରାସ ପାଇଛି, କୁହାଯାଉଛି ଯେ ଏଥିପାଇଁ ବିଶେଷ ଭାବରେ କଞ୍ଚା ତେଲର ମୂଲ୍ୟ ବୃଦ୍ଧି ଓ ବିଦେଶୀ ପୁଞ୍ଜି କୁ ଦାୟୀ କରାଯାଇଛି l

ବିଦେଶୀ ମୁଦ୍ରା ବ୍ୟବସାୟୀ ଙ୍କର କହିବାର ଅର୍ଥ କମ୍ପାନୀ, ଆମଦାନୀ ଓ ବିଦେଶୀ ନିବେଶକ ଙ୍କ ପକ୍ଷରୁ ଆମେରିକୀୟ ଡଲାର ର ଦାବି କୁ ନେଇ ଭାରତୀୟ ମୁଦ୍ରା ର ସ୍ଥିତି ଦୁର୍ବଳ ହେଉଛି l ବର୍ତମାନ ପ୍ରତି ଡଲାର ୯୦.୭ ରୁ ଆରମ୍ଭ ହୋଇ ୯୦.୧୧ ରେ ପ୍ରତି ଡଲାର ପହଂଚିଛି , ଯାହାକି ଭାରତୀୟ ନିବେଶକଙ୍କ ଚିନ୍ତାର କାରଣ ହୋଇଛି l

ବଜାର ବିଶେଷଜ୍ଞ ଙ୍କ ମତରେ ଭାରତୀୟ ମୁଦ୍ରା ହ୍ରାସ ର ମୁଖ୍ୟ କାରଣ ହେଉଛି ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ଼ ଡୀଲ ରେ ପ୍ରଗତି ନହେବା, ଏହା ବ୍ୟତୀତ ଘରୋଇ ବଜାର ରେ ବିଦେଶ ନିବେଶକ ଙ୍କ ଲଗାତାର କମି ମଧ୍ୟ ମୁଦ୍ରା କୁ ଦୁର୍ବଳ କରିଛି l

Leave A Reply