ଇୟୁରୋପିୟ ଦେଶଙ୍କ ଚିନ୍ତା ବଢ଼ାଇଛି ପୁଟିନ ଙ୍କ ଭାରତ ଗସ୍ତ ,ଭାରତ ଗସ୍ତର ଠିକ ପୂର୍ବରୁ ଇୟୁରୋପିୟ ଦେଶଙ୍କ ଉପରେ ବର୍ଷିଲେ ପୁଟିନ ,ଭାରତ ଗସ୍ତ ପୂର୍ବରୁ ରୁଷ ରାଷ୍ଟ୍ରନାୟକ ଙ୍କ ବୟାନ ବଢ଼ାଇଲା ୟୁରୋପର ଫିବର ,ଡିସେମ୍ବର ୪ ତାରିଖ ରେ ଭେଟିବେ ୨ ମହା ରାଷ୍ଟ୍ର ନାୟକ ,ଅନେକ ଗୁରୁତ୍ୱପୂର୍ଣ ଆଲୋଚନା କୁ ନେଇ ହେବ ସାକ୍ଷାତକାର ,ପୁଟିନ ଙ୍କ ଗସ୍ତକୁ ନେଇ ଭାରତ ସରକାର ସଜାଗ ,ଜଳ, ସ୍ଥଳ ଓ ଆକାଶ ବାହିନୀ ରେ ହାଇ ଟାଇଟ ସିକ୍ୟୁରିଟି ,ହେବକି ଭାରତର ଉଦେଶ୍ୟ ପୂର୍ଣ ନା ପାଇବେ ମୋଦି ନିରାଶା l
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସୁଛନ୍ତି ୨ ଦିନିଆ ଭାରତ ଗସ୍ତରେ , ଯାହାକୁ ନେଇ ବର୍ତମାନ ସାରା ବିଶ୍ୱର ନଜର ରହିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଉପରେ l
କିନ୍ତୁ ଠିକ ଏହି ସମୟ ରେ ପୁଟିନ ଦେଇଛନ୍ତି କିଛି ଏଭଳି ବୟାନ ଯାହା ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି , ପୁଟିନ କହିଛନ୍ତି ଯେ ରୁଷ , ୟୁରୋପ ଦେଶ ଙ୍କ ସହିତ ଯୁଦ୍ଧ ଚାହୁଁନାହିଁ ଯଦି ୟୁରପିୟ ଦେଶ ଯୁଦ୍ଧ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ l
ଆମେରିକା ର ହସ୍ତକ୍ଷେପ ରେ ଯୁକ୍ରେନ ଓ ରୁଷ ଶାନ୍ତି ସ୍ଥାପନା ଆଡକୁ ଅଗ୍ରସର ହେଉଥିବା ସମୟରେ ଭ୍ଲାଦିମିର ପୁଟିନ ଙ୍କ ଏହି ବୟାନ ସାରା ବିଶ୍ୱର ଚିନ୍ତା ବଢ଼ାଇଛି l ପୁଟିନ ଆରୋପ ଲଗାଇଛନ୍ତି ଯେ ୟୁରୋପୀୟ ଦେଶ ରୁଷ ୟୁକ୍ରେନ ଯୁଦ୍ଧ ସମାପ୍ତ ହେଉ ବୋଲି ଚାହୁଁ ନାହାନ୍ତି, ତେଣୁ ନିଜକୁ ଏହି ଶାନ୍ତି ବୁଝାମଣା ରୁ ଦୁରେଇ ରଖିଛନ୍ତି l ଭ୍ଲାଦିମିର ପୁଟିନ ଙ୍କ ଏଭଳି କିଛି ବୟାନ ଇୟୁରୋପିୟ ଦେଶ ଙ୍କ ଚିନ୍ତା ବଢ଼ାଇଛି l
ରୁଷ ରାଷ୍ଟ୍ର ନାୟକ ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି , ଏବଂ ସେ ୪ ଓ ୫ ଡିସେମ୍ବର ରେ ଭାରତରେ ରହିବେ, ଏହି ସମୟ ରେ ଭାରତ ଓ ରୁଷ ମଧ୍ୟରେ ଅନେକ ମୁଦା କୁ ନେଇ ଆଲୋଚନା ହେବ ଏବଂ ୨୩ ତମ ଭାରତ-ରୁଷ ବାର୍ଷିକ ଶିଖର ସମିଳନୀ ରେ ଯୋଗ ଦେବେ ପୁଟିନ l
ରୁଷ ର ଦ୍ଵିତୀୟ ସବୁଠୁ ବଡ଼ ବ୍ୟାଙ୍କ BTB ର କର୍ଣ୍ଣଫରେନ୍ସ ରେ ରାଷ୍ଟ୍ରପତି ପୁଟିନ କହିଲେ ଯେ ରୁଷ ଓ ଭାରତର ସାକ୍ଷାତକାର ଖୁବ ଗୁରୁତ୍ୱପୂର୍ଣ, ଏହା ଦ୍ୱାରା ରୁଷ ଭାରତ ବାଣିଜ୍ୟିକ ସମ୍ପର୍କ ହେବ ଆହୁରି ମଜବୁତ କହିଛନ୍ତି ଭ୍ଲାଦିମିର ପୁଟିନ l
ପୁଟିନ ଙ୍କ ଭାରତ ଗସ୍ତ ସମୟରେ ଅନେକ ସୈନ୍ୟ ସରଞ୍ଜାମ କୁ ନେଇ ମଧ୍ୟ ସ୍ଵାକ୍ଷର ହେବାକୁ ଯାଉଛି ୨ଦେଶ ମଧ୍ୟରେ l ଯାହା ଉପରେ ରହିଛି ସାରା ବିଶ୍ୱର ନଜର l