Odisha news

ମହାରାଷ୍ଟ୍ର ରେ ନଗର ପରିଷଦ ଓ ନଗର ପଂଚାୟତ ମତଦାନ ର ଗୋଟିଏ ଦିନ ପୂର୍ବରୁ ଏକନାଥ ସିନ୍ଧେ ଙ୍କ ଘରେ ଚଢ଼ାଉ

0

ମହାରାଷ୍ଟ୍ର ର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଙ୍କ ଶିବସେନା କୁ ବର୍ତମାନ ର ସବୁଠୁ ବଡ଼ ଝଟକା ଲାଗିଛି, ମହାଜୁତି ର ସହଯୋଗୀ ଦଳ ଶିବସେନା ର ନେତାଙ୍କ ଆବାସ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ ହୋଇଛି, ସିନ୍ଧେ ଙ୍କ ପୂର୍ବତନ ବିଧାୟକ ସାହାଜୀ ବାପୁ ଙ୍କ କାର୍ଯ୍ୟାଳୟ ଉପରେ ଇଲେକ୍ସନ ଅଧିକାରୀ ରେଡ କରିଛନ୍ତି l

ସାଙ୍ଗଲେ ରେ ସାହାଜୀ ବାପୁ ପତିଙ୍କ ଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ ହୋଇଛି, LCB ଓ ଇଲେକ୍ସନ ଆୟୋଗ ଟିମ ଏହି ସମୟରେ ରେକର୍ଡିଙ୍ଗ ମଧ୍ୟ କରିଛନ୍ତି, ସାହାଜୀ ବାପୁ ଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ ସମୟରେ ବଡ଼ ହଲଚଲ ଦେଖା ଦେଇଛି, ସାଙ୍ଗଲେ ରେ ବାବା ସାହେବ ଦେଶମୁଖ ଙ୍କ ପ୍ରଚାର କାର୍ଯ୍ୟାଳୟ କୁ ମଦ୍ୟ ଯାଞ୍ଚ କରିଛନ୍ତି ଇଲେକ୍ସନ ଅଧିକାରୀ l

ଏକନାଥ ସିନ୍ଧେ ଙ୍କ ନେତା ବିଜେପି ଉପରେ ଲଗାଇଛନ୍ତି ବଡ଼ ଆରୋପ, ସାହାଜୀ ବାପୁ ପାଟିଲ ଗମ୍ଭୀର ଆରୋପ ଲଗାଇ କହିଛନ୍ତି ଯେ ଏହି ସବୁ ଘଟଣା ବିଜେପି ଇଙ୍ଗିତ ରେ ହୋଇଛି l ନଗର ପରିଷଦ ମତଦାନ ରେ ବିଜେପି ନିଜର ପରାଜୟ ଦେଖି ପାରିଛି, ତେଣୁ ଏଭଳି ଘୃଣ୍ୟ କାର୍ଯ୍ୟ କରିଛି l

Leave A Reply