Odisha news

ଦକ୍ଷତା ତାଲିମ କାର୍ୟ୍ୟକ୍ରମ ପାଇଁ ନାଲକୋ ଫାଉଣ୍ଡେସନ ଏବଂ ଏସଡିଆଇ ଭୁବନେଶ୍ୱର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

0

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଭାରତ ସରକାର ଅଧୀନରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ), ଭୁବନେଶ୍ୱର ମଧ୍ୟରେ ଏ କବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।ନାଲକୋ ଫାଉଣ୍ଡେସନ ସହାୟତା ରେ ସ୍ୱାକ୍ଷରିତ ଏହି ବୁଝାମଣା ପତ୍ର ଦ୍ୱାରା କମ୍ପାନୀର ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଆବାସିକ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଆରମ୍ଭ କରାଯିବ। ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ତଥା ନିର୍ଦ୍ଦେଶକ(ମାନବସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ ଏବଂ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ପଦକ୍ଷେପ ମାଧ୍ୟମରେ, ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ପରିଷଦର ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ନାଲକୋର ମାଇନ୍ସ ଆଣ୍ଡ ରିଫାଇନାରୀ କମ୍ପ୍ଲେକ୍ସ, ଦାମନ ଯୋଡ଼ି ଏବଂ ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସ, ଅନୁଗୋଳର ପରିପାର୍ଶ୍ଵିକ ଗ୍ରାମରୁ ପ୍ରାଥମିକ ପର୍ୟ୍ୟାୟରେ ସମୁଦାୟ୬୦ଜଣ ଯୁବକ ଯୁବତୀଙ୍କୁ ତିନିମାସିଆ ଆବାସିକ ଦକ୍ଷତା ତାଲିମ ପ୍ରଦାନ କରାଯିବ।

ଏହି ଅବସରରେ ସିଏମଡି ଶ୍ରୀ ସିଂହ କହିଥିଲେଯେ, “ସ୍ଥାନୀୟ ଯୁବକ ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁସାରେ ଦକ୍ଷତା ଏବଂ ସ୍ଥାୟୀ ଜୀବିକା ସୁଯୋଗ ମାଧ୍ୟମରେ ସଶକ୍ତ କରିବା ଦିଗରେ ଏହା ଏକ ପଦକ୍ଷେପ ଅଟେ”।ଏସଡିଆଇ, ଭୁବନେଶ୍ୱରର ମିଳିତ ସହଯୋଗରେ, ନାଲକୋ ତୃଣମୂଳସ୍ତରର ପ୍ରତିଭା ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ କାର୍ୟ୍ୟ କରିବାର ଲକ୍ଷ୍ୟ ରଖିଛି ବୋଲି ମଧ୍ୟ ସେ କହିଥିଲେ।
ନାଲକୋର ଏହି ସିଏସଆର ପଦକ୍ଷେପ କମ୍ପାନୀର ପରିଚାଳନା କ୍ଷେତ୍ର ଗୁଡ଼ିକରେ ଯୁବ ଦକ୍ଷତା, ନିଯୁକ୍ତି ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ମାଧ୍ୟମରେ ସାମୁଦାୟିକ ବିକାଶ ପ୍ରତିନିରନ୍ତର ପ୍ରତି ବଦ୍ଧତାକୁ ପ୍ରତି ଫଳିତ କରୁଅଛି

Govt
Leave A Reply