ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବାରମ୍ବାର ଚେତାବନୀ ସତ୍ୱେ ଭାରତୀୟ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ରୁଷ ରାଷ୍ଟ୍ରପତି ପୁଟିନ ଙ୍କୁ ମସ୍କୋ ରେ ସାକ୍ଷାତ କରିଛନ୍ତି, ଏହି ସମୟରେ ପୁଟିନ ମଧ୍ୟ ଜୟଶଙ୍କର ଙ୍କୁ ମନଖୋଲି ସ୍ୱାଗତ କରିଥିଲେ, ଜୟଶଙ୍କର ଙ୍କର ଏବଂ ପୁଟିନ ଙ୍କ ଏହି ସାକ୍ଷାତକାର ରେ ଭାରତ-ରୁଷ ଆଦାନପ୍ରଦାନ ଅଧିକ ଗୁରୁତ୍ୱ ଦେବାର ଗୋଟିଏ ମହତ୍ଵପୁର୍ଣ ସାକ୍ଷାତକାର ଭାବରେ ଗ୍ରହଣ କରାଯାଇଛି, ପୁଟିନ ଙ୍କ ସହିତ ସାକ୍ଷାତ ର ଠିକ ପୂର୍ବରୁ ଜୟଶଙ୍କର ନିଜର ରୁଷି ସମକକ୍ଷ ଲାବରୋବ ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ, ବର୍ତମାନ ଏହି ଆଲୋଚନା ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଉର୍ଜା, ରକ୍ଷା ଏବଂ ଯାନ୍ତ୍ରିକ ସହଯୋଗ କୁ ନେଇ ଆଲୋଚନା ହୋଇଛି l ରାଷ୍ଟ୍ରପତି ପୁଟିନ ଏବଂ ଜୟଶଙ୍କର ମଧ୍ୟରେ ଆଲୋଚନା ସମୟ ରେ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧ କୁ ମଜବୁତ କରିବାର ଉପାୟ ଭଳି ମୁଖ୍ୟ ମୁଦା କୁ ନେଇ ଆଲୋଚନା ହୋଇଛି l
ପୁଟିନ ଙ୍କ ସହିତ ସାକ୍ଷାତକାର ପରେ ଜୟଶଙ୍କର ନିଜକୁ ଗୌରବାନ୍ୱିତ ଅନୁଭବ କରିଛନ୍ତି ବୋଲି ନିଜ X ହ୍ୟାଣ୍ଡେଲ ରେ ଲେଖିଛନ୍ତି, ରୁଷ ବିଦେଶମନ୍ତ୍ରୀ ଙ୍କ ସହିତ ଜୟଶଙ୍କର ହୋଇଥିବା ସାକ୍ଷାତକାର ପରେ ଉଭୟ ଦେଶର ନେତା ଗୋଟିଏ ଜଏଣ୍ଟ କର୍ଣ୍ଣଫରେନ୍ସ କରିଥିଲେ, ମିଡ଼ିଆ କୁ ଏସ.ଜୟଶଙ୍କର କହିଥିଲେ ଯେ ‘ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଦୁନିଆରେ ସବୁଠୁ ମଜବୁତ ସମ୍ପର୍କ ହେଉଛି ଭାରତ-ରୁଷ ର ସମ୍ବନ୍ଧ , ଉଭୟ ଦିଶଙ୍କ ମଧ୍ୟରେ ଏହି ସମ୍ବନ୍ଧ କେବଳ ଅତୀତ ର ନୁହେଁ ଭବିଷ୍ୟତ ପାଇଁ ମଧ୍ୟ ପ୍ରେରଣା ହୋଇରହିବ l ‘