Odisha news

ରାଷ୍ଟ୍ରପତି ଭବନରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ

0

ଭୁବନେଶ୍ବର, 10 ଅଗଷ୍ଟ 2025 : ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 20 ଜଣ ବିଦ୍ୟାର୍ଥୀ । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର, ମହାସିଙ୍ଗ ଓ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ ଓ 4 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ରାକ୍ଷୀ ପୂର୍ଣ୍ଣିମା ପାଳିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହି ବିଶେଷ ଅବସରରେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲାଇଂର ପାଞ୍ଚଜଣ ଛାତ୍ରୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ପାରମ୍ପରିକ ରାକ୍ଷୀ ପିନ୍ଧାଇଛନ୍ତି । ଏଥିସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ରାଧା-କୃଷ୍ଣଙ୍କ କଳାକୃତି ପ୍ରଦାନ କରିଥିଲେ । ଧାନରେ ତିଆରି ଶ୍ରୀଜଗନ୍ନାଥଙ୍କ ମୁଖ କଳାକୃତିକୁ ନେଇ ରାକ୍ଷୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥିଲା । ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି ଭବନର ଐତିହ୍ୟକୁ ଅନୁଭବ କରିଥିଲେ ଏବଂ ଭାରତର ପ୍ରଥମ ନାଗରିକଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରି ନିଜର ଆନନ୍ଦ ପ୍ରକାଶ କରିଥିଲେ ।

Leave A Reply