Odisha news

“ଆଦି କର୍ମଯୋଗୀ ଅଭିଯାନ”ରେ ଜନଜାତିଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନା ଓ କାର୍ୟ୍ୟକ୍ରମ ଗୁଡ଼ିକର ପ୍ରଭାବୀ କାଯ୍ୟନ୍ୱୟନ ପାଇଁ ପଦକ୍ଷେପ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ବ୍ୟାପକ ପ୍ରଶିକ୍ଷଣ ଓ ଜନ ସଚେତନତା ତୃଣମୂଳସ୍ତରରେ ଜନଜାତି ମାନଙ୍କୁ ସଶକ୍ତ କରିବ

0
ଭୁବନେଶ୍ୱର(Suvendra Pattanaik) ଜନ ଜାତି ମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଓ କାର୍ୟ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବୀ ଓ ଫଳପ୍ରଦ କରିବା ପାଇଁ ଭାରତ ସରକାରଙ୍କ ଜନ ଜାତୀୟ କାର୍ୟ୍ୟ ମନ୍ତ୍ରାଳୟ ତରଫରୁ ନିଆଯାଇ ଥିବା‘ଆଦି କର୍ମଯୋଗୀ ଅଭିଯାନ’ପଦ କ୍ଷେପର ସଫଳ ରୂପାୟନ ସମ୍ପର୍କିତ ଏକ ବୈଠକ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅଭିଯାନରେ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗିତା ଓ ସମନ୍ୱୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଥିଲା।
ବୈଠକରେ ରାଜ୍ୟ ଅନୁସୂଚିତ ଜନ ଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ବି.ପରମେଶ୍ୱରନ “ଆଦି କର୍ମଯୋଗୀ ଅଭିଯାନ’ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକ ପାତ କରିଥିଲେ।
ଜନଜାତି ମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଜରିଆରେ କାର୍ୟ୍ୟକାରୀ କରାଯାଉଥିବା ବାସ ଗୃହ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ନିର୍ବାହ ଆଦି ଗୁରୁତ୍ୱପୂର୍ଣ୍ଣ ସୁବିଧା ଶତ ପ୍ରତିଶତ କାର୍ୟ୍ୟକାରୀ ହେବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ଏଥି ପାଇଁ ପ୍ରତି ଗ୍ରାମରେ ଚୟନ କରାଯାଇଥିବା ବିଭିନ୍ନ ବର୍ଗର ଜନ ସାଧାରଣଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କରାଯିବ।ଏହାକୁ ସଫଳ କରିବା ପାଇଁ ଜନଜାତି କଲ୍ୟାଣ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ସହଯୋଗୀ ବିଭାଗ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ସହ ରାଜ୍ୟ ସ୍ତରରେ, ଜିଲ୍ଲା ଓ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ପୂର୍ବକ ଏହାକୁ କାର୍ୟ୍ୟକାରୀ କରାଯାଉଛି।ଗ୍ରାମସ୍ତରରେ ବ୍ଲକ ମାଷ୍ଟର ଟ୍ରେନର ମାନେ ପ୍ରତି ଜନ ଜାତି ଗ୍ରାମରେ ଥିବା ସରକାରୀ କର୍ମଚାରୀ, ପଞ୍ଚାୟତିରାଜ ପ୍ରତିନିଧି, ଶିକ୍ଷକ, ଡାକ୍ତର, ଅଙ୍ଗନବାଡି କର୍ମୀ, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା, ଯୁବ ସ୍ୱେଛା ସେବୀ, ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ ଆଦି୨୦ଜଣଙ୍କୁ ସାମିଲ କରି ଏକ ପ୍ରଶିକ୍ଷିତ ଗ୍ରାମ୍ୟ ଟିମ୍ବାକ୍ୟାଡର ଗଠନ କରିବେ , ଯେଉଁମାନେକି ଜନଜାତି ଅଂଚଳର ବିକାଶ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିବେ। ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୨ଟି ଜିଲ୍ଲାର୨୧୩ବ୍ଲକରେ ୭୬୨୩ ଜନ ଜାତି ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି।ଏଥିପାଇଁ ଜନଜାତି ଅଧ୍ୟୁଷିତ ପ୍ରତି ଗ୍ରାମରେ୨୦ ଜଣଙ୍କୁ ସଚେତନ କରାଯିବ, ଯେଉଁମାନେକି, କ୍ଷେତ୍ର ସ୍ତରରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାକୁ କାର୍ୟ୍ୟକାରିତା ଏବଂ ଗ୍ରାମୀଣ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବେ
ଆଦି କର୍ମଯୋଗୀ ଅଭିଯାନ ସଂପର୍କରେ ସଂପୃକ୍ତ ସମସ୍ତ ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ଜନଜାତିଙ୍କର ସଶକ୍ତି କରଣ ହୋଇପାରିବ କ୍ଷବ୍ୟାପକ ଜନସଚେତନତା ସରକାରୀ କର୍ମଚାରୀ ମାନଙ୍କୁ ଜନ ଜାତି ବର୍ଗଙ୍କ ଉନ୍ନତି, ଅଂଚଳର ସାମଗ୍ରିକ ବିକାଶ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ । ଜନ ଜାତି ମାନଙ୍କୁ ସେମାନଙ୍କ ଅଧିକାର,ଯୋଜନା ଓ ସରକାରୀ ସୁବିଧା ସୁଯୋଗ ନେବାକୁ ପ୍ରୋତ୍ସାହିତ କରିବ।ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା, କାର୍ୟ୍ୟକ୍ରମ ଗୁଡ଼ିକର କାର୍ୟ୍ୟାନ୍ୱୟନରେ ଗ୍ରାମବାସୀଙ୍କୁ ସହଭାଗୀ କରାଇବ।ସରକାରୀ କର୍ମଚାରୀ ଓ ଜନଜାତି ସମାଜଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ, ପାରସ୍ପରିକ ସହାନୁଭୂତି, ସହଭାଗିତା ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରାଇବ। ଜନଜାତି ବର୍ଗର ଲୋକ ମାନଙ୍କୁ ତୃଣମୂଳ ସ୍ତରରେ ଏହି ଅଭିଯାନ କିପରି ସଶକ୍ତ କରି ପାରିବ,ସେ ସଂପର୍କରେ ଉତ୍ତମ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଅଧିକ ପରାମର୍ଶ ଦେଇଥିଲେ , ସମସ୍ତ ସହାଭାଗୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ପଞ୍ଚାୟତିରାଜ ପ୍ରତିନିଧି ଆଦି ସମସ୍ତଙ୍କ ସହଯୋଗରେ ଏହି ଅଭିଯାନର ସେ ସଫଳତା କାମନା କରିଥିଲେ
ବୈଠକରେ ରାଜ୍ୟ ଜନଜାତି ବିକାଶ ବିଭାଗ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ବିଦ୍ୟାଳୟ ଓ ଗଣ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳଆଦି ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ
Leave A Reply