Odisha news

ସବୁଜ ସୁନ୍ଦର ବାରିପଦା ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

0

ବାରିପଦା : ସବୁଜ ସୁନ୍ଦର ବାରିପଦା ସଂଗଠନ ପକ୍ଷରୁ ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସବୁଜ ସୁନ୍ଦର ବାରିପଦାର ଆବାହକ ଜିତେନ୍ଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଭାଦବ ହାଁସଦାଃ ଓ ପୂର୍ବତନ ଏସଡିସି ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି ଯୋଗଦେଇ ଶୀତବସ୍ତ୍ର ବଣ୍ଟନ କରିଥିଲେ । ବାରିପଦା ସହରକୁ ସ୍ୱଚ୍ଛ ଓ ନିର୍ମଳ ପାଇଁ ଶୀତ,ବର୍ଷା ଖରାକାକରରେ ଲୋକଙ୍କ ଶଯ୍ୟାତ୍ୟାଗ ପୂର୍ବରୁ ରାସ୍ତାଘାଟ-ନାଳନର୍ଦ୍ଦମା ସଫାରେ ନିଜକୁ ନିୟୋଜତ କରିଥିବା ସଫେଇ କର୍ମଚାରୀମାନଙ୍କୁ ଦୀର୍ଘ ୮ବର୍ଷ ଧରି ସବୁଜ ସୁନ୍ଦର ବାରିପଦା ପକ୍ଷରୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଆସୁଅଛି । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ରାଜଶିବ ନାରାୟଣ କିସ୍କୁ, ସରୋଜ ମହାପାତ୍ର, ସୁବ୍ରମଣ୍ୟମ ମହାନ୍ତି, ବୀଣାପାଣୀ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ପ୍ରଶାନ୍ତ ପଟ୍ଟନାୟକ, ନିରୋଜ ସାହୁ, ଗୀତାରାଣୀ ବେହେରା, ବିଶିକେଶନ ପଟ୍ଟନାୟକ, ସୀମା ଦାସ, ପ୍ରୀତିନନ୍ଦା କାନୁନ୍ଗୋ, ଆଦିତ୍ୟ ପଣ୍ଡା, ବିଷ୍ଣୁପ୍ରିୟା ଦାସ, ଅରୁଣ ବରାଡ, ଅବଦୁଲ ହବିବ୍, ସୁନୀଲ ନାୟକ, ଦିବ୍ୟବ୍ରତ ମହାନ୍ତି, ସମ୍ପା ମଜୁମଦାର, ସବିତା ବେହେରା ଓ ପ୍ରଭାତୀ ପୃଷ୍ଟି ପ୍ରମୁଖ ସମାଜସେବୀ ସାମିଲ ହୋଇ ଶୀତବସ୍ତ୍ର ବଣ୍ଟରେ ଭାଗନେଇଥିଲେ ।

Leave A Reply