ବାରିପଦା : ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା ସର୍ତ୍ତେ ରବିବାର ସନ୍ଧ୍ୟାରେ ମୟୂରଭଞ୍ଜ ବିଜେପି ପକ୍ଷରୁ ବାରିପଦା ସହରରେ ଏକ ବିଶାଳ ରୋଡ୍ ସୋ ଅନୁଷ୍ଠିତ ହୋଇଯାଇଛି । ବିଜେପିର ହେବିୱେଟ୍ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୟୂରଭଞ୍ଜ ଗସ୍ତ ଅବସରରେ ବିଜେପି ନେତୃବୃନ୍ଦ ଓ କର୍ମୀଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ ଓ ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ୍ଙ୍କୁ ନେଇ ପୋଲିସ ଲାଇନ୍ ପଡିଆ ଠାରୁ ଷ୍ଟେସନ୍ ପଡିଆ ପର୍ଯ୍ୟନ୍ତ ଏକ ମେଗା ରୋଡ୍ ସୋ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସମର୍ଥକ ଓ ଶୁଭେଚ୍ଛୁଙ୍କୁ ହାତ ଯୋଡି ଓ ହାତ ହଳାଇ ବିଜେପି ପ୍ରାର୍ଥୀଙ୍କୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟ କରିବା ପାଇଁ ଭୋଟ୍ ଭିକ୍ଷା କରିଥିଲେ । ବର୍ଷା ସର୍ତ୍ତେ ପ୍ରବଳ ଉସôାହ ଉଦୀପନାରେ ଡିଜେ ର ତାଳେ ତାଳେ ବିଜେପି କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଛଉପଡିଆ ଠାରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିବା ସହ ବାରିପଦାରେ ରୋଡ୍ ସୋ ରେ ସାମିଲ ହୋଇ ବିଜେପି ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ଆଗାମୀ ନିର୍ବାଚନକୁ ନେଇ ଉସôାହ ବୃଦ୍ଧି ପାଇଥିବା ବେଳେ ମୟୂରଭଞ୍ଜରେ ଚଳିତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେଉଥିବାର ଦେଖିବାକୁ ମିଳିଛି ।