Odisha news

ଗୋଳକୁଣ୍ଡ ପଂଚାୟତର ସମସ୍ୟା ସମାଧାନ କରିବା ପାଇଁ ସରପଂଚ ଅଂଟା ଭିଡିଲେ

0

ବରୀ, (ପିପିଏସ)- ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଗୋଳକୁଣ୍ଡ ପଂଚାୟତ ୧୧ ଟି ଓାର୍ଡକୁ ନେଇ ଗଠିତ । ସାତ ହହାରରୁ ଉର୍ଦ୍ଧ ଲୋକ ଏହି ପଂଚାୟତରେ ବସବାସ କରୁଥିଲାବେଳେ ସମସ୍ୟା ରହିଛି ଅନେକ । ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ସରପଂଚ ଶରତ କୁମାର ଜେନା ଦୀର୍ଘ ୩ ବର୍ଷ ହେବ ଅଂଟା ଭିଡିଛନ୍ତି । ଇତି ମଧ୍ୟରେ ଦେଢ କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ଅଟକଳରେ ପଂଚାୟତର ରାସ୍ତାଘାଟ, ଅଫିସ ଗୃହ ନିର୍ମାଣ, ପାଚେରୀ, ପାଚେରୀ ପୁର୍ନଉଦ୍ଧାର ଆଦି କରାଯାଇଛି ବୋଲି ପଂଚାୟତବସୀ ମତ ଦେଇଛନ୍ତି ।

ତେବେ ପାନୀୟଜଳ ପ୍ରକଳ୍ପ ଅଧା ପନ୍ତରିଆ ହୋଇ ପଡିରହିଛି । ପୋଖରୀ କୂଳ ସାହି, ମେଣ୍ଢ ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ରହିଛି ବୋଲି କୁହାଯାଇଛି । ଦୁଇଟି ଅଙ୍ଗନଓାଡି ଗୃହ ନିର୍ମାଣ କରାଯାଇଥିଲାବେଳେ ଆହୁରୀ ୯ଟା ଅଙ୍ଗନଓାଡି ଗୃହ ନିର୍ମାଣ ହୋଇପାରିନାହିଁ । ପୁରାତନ ପୋଖରୀ ପୁର୍ନଉଦ୍ଦାର କରାଯାଇଥିଲା ବେଳେ ଆଉ ଗୋଟିଏ ପୋଖରୀ ପୁର୍ନଉଦ୍ଧାର ହେବ ବୋଲି ପ୍ରଶାସନ ନିକଟରେ ଦାବି କରାଯାଇଛି । ଏବେ କୋଭିଡ ଗୃହ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜୀବ ସେବା କେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ, ପାଚେରୀ ନିର୍ମାଣ କାର୍ଯ୍ୟ ସରିଛି । ବିଦ୍ୟାଳୟ ମାନଙ୍କର ପାଚେରୀ ନିର୍ମାଣ ସରିଛି । ସ୍ୱାସ୍ଥ୍ୟ ସେବା ପାଇଁ ଏଠାରେ ଜଣେ ସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ ମହିଳା ଓ ପୁରୁଷ କର୍ମୀ ଆବଶ୍ୟକ ବୋଲି ଦାବି କରାଯାଇଛି । ଦୁଇଟି ହାଇସ୍କୁଲ ଓ ୬ଟି ପ୍ରାଥମିକ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ରହିଛି । ତେବେ ପଂଚାୟତ ଉନ୍ନତି ପାଇଁ ସରପଂଚ ଶରତ ଜେନା ଦିନରାତିକୁ ଏକ କରି ସଂଗ୍ରାମ ଜାରି ରଖିଥିବା ପ୍ରଜାତନ୍ତ୍ରକୁ କହିଛନ୍ତି ।

Nalco

Leave A Reply