ବାରଙ୍ଗ : ମହିଳା ପର୍ଯ୍ୟଟକ କୁ କମେଣ୍ଟ ମାରିବା ଜଣେ ଯୁବକକୁ ମହଙ୍ଗା ପଡିଛି। ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଭିତରେ ମହିଳାପର୍ଯ୍ୟଟକମାନଙ୍କୁ ଅଶ୍ଲିଳଇଙ୍ଗିତ ପଦର୍ଶନ କରିବା ଅଭିଯୋଗରେ ସୁରକ୍ଷାକର୍ମଚାରୀମାନେ ଜଣେ ଯୁବକକୁ ଧରି ମଙ୍ଗଳବାରଦିନ ଧରି ନନ୍ଦନକାନନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।ନନ୍ଦନକାନନ ଭିତରେ ମଙ୍ଗଳବାର ମଧ୍ୟାନ୍ନ ସମୟରେ ଜଣେ ଯୁବକ ସରିସୃପ ଉଦ୍ୟାନରେ ଗହଳିର ସୁଯୋଗରେ ବୁଲୁଥିବା ମହିଳାପର୍ଯ୍ୟଟକମାନଙ୍କୁ କଂମେଣ୍ଡ ମାରିବା ସହ ଅଶ୍ଲିଳଇଙ୍ଗିତ ଦେଖାଉଥିଲା ।କିଛି ମହିଳାପର୍ଯ୍ୟଟକ ଏ ବିଷୟରେ ସରିସୃପଉଦ୍ୟାନ ବାହାରେ ଥିବା ସୁରକ୍ଷାକର୍ମଚାରୀମାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ।ସୁରକ୍ଷାକର୍ମଚାରୀମାନେ ଯୁବକଜଣଙ୍କୁ ଏଭଳିକରିବାକୁ ବାରଣ କରିଥିଲେ ମଧ୍ୟ ସେ ସୁରକ୍ଷାକର୍ମଚାରୀମାନଙ୍କ ସହ ଗଣ୍ଡୋଗଳ କରିଥିଲେ ।ପରେ ସୁରକ୍ଷାକର୍ମଚାରୀମାନଙ୍କଠାରୁ ଖବରପାଇ ପୋଲିସ ଯୁବକକୁ ନେଇ ଥାନାରେ ଅଟକ ରଖିଥିବାର ଜଣାପଡିଛି ।