ଅନୁଗୁଳ: ସାଂମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନେଇ ସାରା ବିଶ୍ୱରେ ଘୋର ଆର୍ଥିକ ସମସ୍ୟା ଦେଖା ଦେଇଛି । ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ଚିନର ଉହାନରେ ପ୍ରଥମେ କରୋନା ଭୂତାଣୁ ବାହାରିବା ପରେ ଏହା ଭାରତ ସହ ଅନ୍ୟାନ୍ୟ ଦେଶରେ ତାର କାୟା ବିସ୍ତାର କରି ଚାଲିଛି । ବର୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ମହାମାରୀ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରିବା ନିମନ୍ତେ ତାଲାବନ୍ଦ ସହ ଅନେକ କଟକଣା ଜାରି କରିଛନ୍ତି ।
ଏହି କଟକଣା ଦ୍ୱାରା ଆର୍ଥିକ ପରିସ୍ତିତିରେ ଘୋର ସମସ୍ୟା ଦେଖା ଦେଇଛି । ଏହି ସମସ୍ୟାର ସମାଧାନ ନିମନ୍ତେ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ବ୍ୟାଙ୍କ ସମୂହର ଜିଲ୍ଲା ପରାମର୍ଶଦାତା କମିଟିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଚାଲୁରହିଛି ।
ତାଲାବନ୍ଦ ଯୋଗୁଁ ଜିଲ୍ଲାର ଅର୍ଥନୀତି ଲୋକଙ୍କ ଜୀବନ ଓ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଜିଲ୍ଲାପାଳ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସମସ୍ତ ବ୍ୟାଙ୍କ ଗୁଡିକ ଏହି ତାଲାବନ୍ଦ ସମୟରେ ପ୍ରଭାବିତ ଚାଷୀ, ଶ୍ରମିକ, ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ଧନ ହିତାଧିକାରୀ ଓ ଶିଳ୍ପଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଭିତିରେ ବ୍ୟାଙ୍କ ଋଣ ସହଜରେ ଯୋଗାଇ ଦେବା ସହ ଅର୍ଥନୈତିକ କାର୍ଯ୍ୟ ପ୍ରକି୍ରୟାର ପୁନଃ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।
ଗରିବ ଲୋକ ମାନେ ସେମାନଙ୍କର ଜୀବିକା ଅର୍ଜନ ଯେପରି ସହଜରେ କରିବା ପାଇଁ ସକ୍ଷମ ହେବେ ସେଥିପ୍ରତି ବ୍ୟାଙ୍କ ଗୁଡିକ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ବ୍ୟାଙ୍କ ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସହ ଖରା ଦିନକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପରିସରରେ ଗ୍ରାହକଙ୍କ ପାଇଁ ଛାଉଣି କରିବା ସହ ପାନୀୟ ଜଳ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ସାଂମ୍ପ୍ରତିକ ପରିସ୍ଥିତିରେ କୋଭିଡ-୧୯ ପାଇଁ ସରକାରଙ୍କ ନିୟମାବଳୀକୁ କଡାକଡି ପାଳନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ ଅଦିନିଆ ବର୍ଷା ପାଇଁ ରବି ଫସଲ ଅମଳ ସଠିକ୍ ଭାବରେ ହୋଇନଥିବାରୁ ଖରିଫ୍ ଫସଲ ପାଇଁ କୃଷକ ମାନଙ୍କୁ ଆର୍ଥିକ ସହାୟତା ଏମ.ଏସ.ଏମ.ଇ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପାଇଁ ଋଣ ମଜୁଂର, ଜନଧନ ହିତାଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଗଭୁଡିକୁ ଋଣ ପ୍ରଦାନ କରିବା ନିମନ୍ତେ ବ୍ୟାଙ୍କ ଗୁଡିକ ବଦାନ୍ୟତା ପ୍ରଦର୍ଶନ ପୂର୍ବକ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୃଷି, ଉଦ୍ୟାନକୃଷି, ମତ୍ସ୍ୟ, ପଶୁସମ୍ପଦ ଆଦି ବିଭିନ୍ନ କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ତୁରନ୍ତ ଋଣ ପ୍ରଦାନ କରି ଉପଲବଧ ଥିବା ରିହାତି ପାଇବାରେ ସହାୟତା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପ୍ରାରମ୍ଭରେ ଏଲଡି ଏମ ମହେଶ୍ୱର ଗୋ÷ଡ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ସମେତ ବିଭିନ୍ନ ବ୍ୟାଙ୍କର କର୍ତୃପକ୍ଷ ମାନେ ଯୋଗ ଦେଇଥିଲେ ।
