Odisha news

ସଡକ ଦୁର୍ଘଟଣାରେ ୧ ଗୁରୁତ୍ୱର

0

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାଙ୍ଗିରିପୋଷି- କଳାବାଡିଆ ଏମଡିଆର ୪୫ ଶିମିଳା ଛକ ନିକଟରେ ସଡକ ଦୃର୍ଘଟଣାରେ ଜଣେ ଗୁରୁତ୍ୱର ଘଟଣାରୁ ଜଣାପଡିଛି । ଗୋଲାମୁଣ୍ଢାକଟା ଗ୍ରାମର ସମ୍ଭୁନାଥ ଦିଗାର (ଦେହୁରୀ) ସାଇକେଲ ଦ୍ୱାରା ଗତ ବିଳମ୍ବିତ ରାତିରେ ଶିମିଳା ଛକକୁ ଯାଉଥିବା ବେଳେ ପଛ ପଟୁ ଏକ ମହେନ୍ଦ୍ରା ମେସ୍କିମୋ ଓଡି୧୧ୟୁ ୦୮୪୩ ଧକ୍କା ଦେବା ଫଳରେ ସମ୍ଭୁନାଥ କିଛି ବାଟକୁ ଛିଟିକି ପଡିଥିଲା । ଏବଂ ଗାଡିଟି ରାସ୍ତାର ୧୦ ଫୁଟ ତଳକୁ ଓଲଟି ପଡିଥିଲା ଘଟଣା ସ୍ଥଳରୁ ଚାଳକ ଫେରା ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ସମ୍ଭୁନାଥକୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ପାଇଁ ବର୍ତିକରିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ସମ୍ଭୁନାଥଙ୍କ ୨ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଁଚି ଗାଡିକୁ ଜବତ କରି କେସ ନଂ ୧୭/୨୦୨୦ ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply