ତିର୍ତ୍ତୋଲ:ଫ୍ରାନସର ପଟୋ ସାମ୍ବାଦିକ ରବିବାର ଓଡିଶାର ପ୍ରାଚୀନ ଶକ୍ତିପୀଠ ଝଙ୍କଡ ଶାରଳାପୀଠରେ ପ୍ରଚଳିତ ହୋଇଆସୁଥିବା ସର୍ବପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ନୃୃୃୃିକ ଲୋକନୃତ୍ୟ ସାରଳା ଘଟପାଟୁଆନୃତ୍ୟର ଚିତ୍ର ଉତ୍ତୋଳନ କରିଛନ୍ତି । ଭାରତର ପ୍ରାଚୀନ ସଂସ୍କୃତି ପରମ୍ପରା ଉପରେ ଏକ ଡକୁମେଣ୍ଟାରୀ ନିର୍ମାଣ ପାଇଁ ଆସିଥିବା ଆର୍ନ୍ତଜାତିକ ଖ୍ୟତିସମ୍ପନ୍ନ ଫଟୋ ସାମ୍ବାଦିକ ଚାଲର୍ସ ଫେଗର, ସାମ୍ବାଦିକ ଥିଓଫିଲ, ପ୍ରେଗର, ନୂଆଦିଲ୍ଲୀର ହଂସରାଜବ ଦୋଚାନିଆ, ସୁଜିତ ଆର ଓ ପ୍ରହ୍ଲାଦ ଆର ପ୍ରମୁଖ ଝଙ୍କଡ ଶାରଳା ପୀଠରେ ପହଞ୍ଚି ନିକଟସ୍ଥ ଏକସ୍ଥାନରେ ୪ଜଣ ଘଟ ପାଟୁଆଙ୍କ ବିଭିନ୍ନ ଅଙ୍ଗମୁଦ୍ରାର ଚିତ୍ର ଉତ୍ତୋଳନ କରିଥିଲେ । ଏଥିରେ ସାରଳା ଘଟନୃତ୍ୟ କଳାପରିଷଦର ଉପସ୍ଥାପକ ରମାକାନ୍ତ ରାଉଳ, ପ୍ରଯୋଜକ ତ୍ରିଲୋଚନ ରାଉଳ, ନୃତ୍ୟଶିଳ୍ପୀ କୈଳାସଚନ୍ଦ୍ର ନାୟକ, ସରୋଜ କୁମାର ରାଉଳ, ଉମାଶଙ୍କର ରାଉଳ ଓ ଗିରିଜା ଶଙ୍କର ରାଉଳ, ପ୍ରଳୟ ରାଉଳ, ଚନ୍ଦନ ରାଉଳ ଓ ନିରଞ୍ଜନ ରାଉଳ ପ୍ରମୁଖ ସହଯୋଗ କରିବା ସହ ବିଦେଶୀ ଫଟୋ ସାମ୍ବାଦିକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିସହିତ ଏହି ଫଟୋ ସାମ୍ବାଦିକ ମାନ ଓଡିଶାର ବିଭିନ୍ନ ପ୍ରାନ୍ତକୁ ଯାଇ ପ୍ରାଚୀନ ଲୋକନୃତ୍ୟ ମାହାରୀ, ସମ୍ବଲପୁରୀ, ଗୋଟିପୁଅ, ଡେନସା ଆଦିର ଚିତ୍ର ମଧ୍ୟ ଉତ୍ତୋଳନ କରିଛନ୍ତି ।