ଯେଉଁ ପାକିସ୍ତାନ ଆତଙ୍କର ଗଡ଼ ସେଠାରେ ହୋଇଛି ନିରୀହ ଶିଶୁ ଙ୍କ ଉପରେ ଆକ୍ରମଣ l ଭାରତରେ ଆତଙ୍କୀ କାର୍ଯ୍ୟ କଲ୍ପ କରି କରି ଏଭଳି ହାବିଟ ରେ ପାକିସ୍ତାନ ପଡି ଗଲାଣି ନିଜ ଦେଶକୁ ମଧ୍ୟ ଛାଡୁନାହିଁ l ଯାହା ଆଜି ହୋଇଥିବା ସ୍କୁଲ ବସ ଉପରେ ଆକ୍ରମଣ ସୂଚେଇ ଦେଉଛି l
ପାକିସ୍ତାନ ହୋଇଛି ନିଜ ଆତଙ୍କବାଦୀ ଙ୍କ ଆତଙ୍କର ଶିକାର, ଆତଙ୍କବାଦୀ ମାନେ ଗୋଟିଏ ସ୍କୁଲ ବସ କୁ ଟାର୍ଗେଟ କରିଥିଲେ, ବଲୁଚିସ୍ତାନ ର ଖୁଜଦାର ରେ ହୋଇଥିବା ଏହି ଆକ୍ରମଣ ରେ ଚାରିଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି, ଏବଂ ୩୮ ଜଣ ଆହତ ହୋଇଛନ୍ତି, ପାକିସ୍ତାନୀ ନିୟୁଜ ଡ଼ନ ର ସୂଚନା ଅନୁସାରେ ଗୋଟିଏ ଆତ୍ମଘାତୀ କାର ବମ ଦ୍ୱାରା ସ୍କୁଲ ବସ କୁ ଟାର୍ଗେଟ କରାଯାଇଥିଲା l ଆହତ ମାନଙ୍କୁ ନିକଟତମ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା l ଏବଂ ଗମ୍ଭୀର ଭାବରେ ଆହତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ କ୍ୱେଟା ଓ କରାଚୀ ର ଡାକ୍ତରଖାନା କୁ ପଠାଇ ଦିଆଯାଇଛି l ପାକିସ୍ତାନ ଗୃହମନ୍ତ୍ରୀ ମହସୀନ ନାକବି ଏହି ଆତ୍ମଘାତୀ ଆକ୍ରମଣ କୁ ନିନ୍ଦା କରିଛନ୍ତି l
ପାକିସ୍ତାନ ଗୃହମନ୍ତ୍ରଣାଳୟ ଏକ୍ସ ରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି ଏବଂ ଯେଉଁଥିରେ ସେ କହିଛନ୍ତି ଶତ୍ରୁ ମାନେ ନିରୀହ ପିଲା ମାନଙ୍କୁ ନିଜର ଶିକାର କରି ଭୁଲ କରିଛନ୍ତି, ଏବଂ ଏହି ଆକ୍ରମଣ ଦେଶରେ ଅସ୍ଥିରତା ଉତ୍ପନ କରିବା ପାଇଁ ଚେଷ୍ଟା କରିଛି l
ପାକିସ୍ତାନ ର ବଲୁଚିସ୍ତାନ କୁ ନେଇ ଅନେକ ଉତେଜନା ଚାଲିଛି l ବଲୁଚିସ୍ତାନ ପାକିସ୍ତାନ ନିକଟରୁ ଅଲଗା ହୋଇ ଗୋଟିଏ ଅଲଗା ଦେଶ ହେବାକୁ ଚାହୁଁଚି l ବଲୁଚିସ୍ତାନ ରେ ଦୀର୍ଘ ଦିନରୁ ବିଦ୍ରୋହୀ ମାନେ ଉତେଜନା ସୃଷ୍ଟି କରି ଆସୁଛନ୍ତି l ଭାରତ ପାକିସ୍ତାନ ମଧ୍ୟରେ ଉତେଜନା ଚାଲିଥିବା ସମୟ ରେ ବଲୁଚିସ୍ତାନ ବିଦ୍ରୋହୀ ମାନେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲେ l
