ବାଲିପାଟଣା : ସାମ୍ପ୍ରତିକ ପରିସ୍ଥିତିରେ ଦିନକୁ ଦିନ “କରୋନା” ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ୪ ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ଆଜି ସୁଧା ମୋଟ ୧୯ଜଣ ରୋଗୀ ଥିବା ବେଳେ ସେଥିମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି । ବାକି ୭ ଜଣଙ୍କ ଗଲାକାଲି ଶୁକ୍ରବାର ଭାପୁର ଗ୍ରାମପଚାଂୟତର ଦିୱାନପାଟଣା ପୃଷ୍ଟି ସାହିରୁ ଜଣେ କରୋନା ପଜେଟିଭ୍ ବାହାରିବା ପରେ ଉକ୍ତ ଗ୍ରାମକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି ।
ସେହି ରୋଗିକୁ ରାଜଧାନି କୋଭିଡ୍ ମେଡିକାଲକୁ ପଠାଇ ଦିଆ ଯାଇଛି । ସେ ଭି.ଏସ.ଏସ ନଗରରେ ଏକ ମୋବାଇଲ ଦୋକାନ କରି ଘରକୁ ଯିବା ଆସିବା କରନ୍ତି । କରେନା ପଜେଟିଭ୍ ବାହାରିବା ପରେ ଉକ୍ତ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ସ୍ନେହଲତା ଆ•ର୍ଯ୍ୟ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିପାଟଣାରେ କଟକଣା କଡାକଡି କରାଯାଇଛି । ଦିୱାନପାଟଣା ପୃଷ୍ଟି ସାହି ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯିବାକୁ ଘୋଷଣା କରାଯାଇଛି ।