Odisha news

ବାଲିଗୁଡାରେ କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବ୍ୟବସାୟୀ…

0

ବାଲିଗୁଡା,26/3. ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ ହେବା ପରେ କନ୍ଧମାଳ ଜିଲା ବାଲିଗୁଡା ଟାଉନ ସମେତ ସମଗ୍ର ଉପଖଣ୍ଡ ଅଞ୍ଚଳରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି। କେବଳ ନିତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି। ପ୍ରତ୍ୟେକ ଦିନ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ରାଶନ ଦୋକାନ ଏବଂ ପରିବା ଦୋକାନ ଖୋଲା ରହୁଛି। ସେଠାରେ ଭିଡ଼ ନିୟନ୍ତ୍ରଣ ଓ ସାମାଜିକ ଦୂରତା ଯେପରି ରକ୍ଷା ହୋଇପାରିବ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ସମ୍ମୁଖରେ ବୃତ୍ତ କିମ୍ବା ବର୍ଗ ଚିହ୍ନ କରାଯାଇଛି। ସେଥିମଧ୍ୟରେ ଗ୍ରାହକ ଅପେକ୍ଷା କରିବେ। ଅନ୍ୟ ପକ୍ଷରେ କଳାବଜାର ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏନେଇ ବାଲିଗୁଡା ଏନଏସି ଓ ପୋଲିସ ପ୍ରଶାସନ  ତରଫରୁ ସ୍ବତନ୍ତ୍ର ନିଷ୍ପତ୍ତି ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୁବିଧାରେ ଲୋକେ ପାଇ ପାରିବେ ସେ ନେଇ ସମସ୍ତ ବ୍ୟବସାୟୀ ମାନଙ୍କୁ ତାଗିଦ କରାଯାଇଛି l

Leave A Reply