Odisha news

ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା ମାଡ…

0

ବାଲିଗୁଡା,26/3. ଅମଳ ଅପେକ୍ଷାରେ ଖରିଫ କ୍ଷେତ ରହିଥିଲା ବେଳେ ଏଥିରେ ବାଧକ ସାଜିଛି କରୋନା। ମାତ୍ର ଏବେ କରୋନା ଆତଙ୍କ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ଫଳରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ଏକାକୀ ଅମଳ କରିବାରେ ଅକ୍ଷମତା ପ୍ରକାଶ କରୁଛି। ତେଣେ ଖରାର ପ୍ରକୋପ ବଢୁଥିବାରୁ ଫସଲ କିଆରୀ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କ୍ଷେତ କେମିତି ଖଳାକୁ ଆସିବ ସେହି ଚିନ୍ତାରେ ଚାଷୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି।ସମସ୍ତ ପନିପରିବା ସହିତ ବାଦାମ, ମୁଗ, ବିରି, ହରଡ଼ ଭଳି ଡାଲିଜାତୀୟ ଫସଲ ଅମଳ ନ ହେଲେ ବିଲରେ ଉଜୁଡ଼ିବା ଆଶଙ୍କା ଦେଖା ଦେଇଛି। ତେଣେ ପରିବା ଚାଷୀଙ୍କ ସାମଗ୍ରୀ ବିକ୍ରି ହେବା ନେଇ ଚିନ୍ତା ଘାରିଛି। ଉତ୍ପାଦିତ  ଦ୍ରବ୍ୟ ବିକ୍ରି ହୋଇ ନ ପାରିଲେ ସେମାନଙ୍କ ପରିବାର ଲୋକଙ୍କ ଜୀବନ ଭୋକ ଉପାସରେ ଚାଲିଯିବ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଡାଲି, ଆଳୁ, ପିଆଜ, ରସୁଣ, ତେଲ ଭଳି ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇରହିଛି। ଶ୍ରମିକ ଓ ଚାଷୀ ପରିବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବଜାରରୁ କ୍ରୟ କରିବା ଦିଗରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସବୁ ଅତ୍ୟାବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ପ୍ରଦାନ କରିବା ପାଇଁ ଦାବି ହେଉଛି।

IEC 2 years
Leave A Reply