Odisha news

ବାଲିଗୁଡ଼ା ଏନଏସିରେ ଲକ୍ଷାଧିକ ଟଙ୍କାରେ ବିଶୁଦ୍ଧ ପାନୀୟ ଜଳ ଭଣ୍ଡାର ନିର୍ମିତ କାହା ସ୍ୱାର୍ଥ ରେ…

0
ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): ଏପ୍ରିଲ ପହିଲାରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଏହାକୁ ନଜରରେ ରଖି ସରକାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ ଓ କଲେଜକୁ ସକାଳୁଆ ଆରମ୍ଭ କରିଦେଇଛନ୍ତି । ଏତିକି ବେଳେ ବାଲିଗୁଡ଼ା ରେ ଖରା ସାଙ୍ଗକୁ ଦଣ୍ଡଯାତ୍ରା ମଧ୍ୟ ସରିଗଲାଣି , ତଥାପି ଜଳଛତ୍ର ଟିଏ ଖୋଲି ଲୋକଙ୍କୁ ପାଣି ଟୋପାଏ ଦେଇ ପାରିଲା ନାହିଁ ବାଲିଗୁଡ଼ା ଏନଏସି । ଦଣ୍ଡ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ପ୍ରତିଦିନ ଶହ ଶହ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଆସୁଥିବା ବେଳେ ପାଣି ଟୋପାଏ ପିଇବା ପାଇଁ ପାଉ ନଥିଲେ। ଏ କ୍ଷେତ୍ରରେ ସତେ ଯେମିତି ନିର୍ବାଚିତ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ ରହିବା ସମସ୍ତଙ୍କୁ ଆଚାର୍ଯ୍ୟ ଚକିତ କରିଛି। ସହରର ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଏବଂ କୋର୍ଟ ନିକଟରେ ଏନଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ରେ ସ୍ବଚ୍ଛ ବିଶୁଦ୍ଧ ପାନୀୟ ଜଳ ଭଣ୍ଡାର ନିର୍ମାଣ ହୋଇଥିବା ବେଳେ ତାହା ରକ୍ଷଣ ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ପାଣି ଟୋପାଏ ବି ଲୋକଙ୍କୁ ମିଳି ପାରୁ ନାହିଁ। ତାହାର ରକ୍ଷଣ ବେକ୍ଷଣ କରିବା ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହା ସହ ସହରର କଲେଜ ଛକ, ଗାନ୍ଧୀଛକ, ଦଣ୍ଡପଦର ଓ ନୂଆସାହି ଛକ , ସୁନାପାଙ୍ଗା, ଖଜୁରୀନାଳ, ଭଗାମୁଣ୍ଡା ଭଳି ବିଭିନ୍ନ ସାହିର ମୁଖ୍ୟ ସ୍ଥାନ ମାନଙ୍କ ରେ ମଧ୍ୟ ସବୁ ଦିନିଆ ସ୍ବଚ୍ଛ ବିଶୁଦ୍ଧ ପାନୀୟ ଜଳ ଭଣ୍ଡାର ନିର୍ମାଣ କରାଯିବା ଆବଶ୍ୟକ ରହିଛି। ଯାହରି ଫଳ ରେ ଲୋକେ ସବୁ ସମୟ ରେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇ ପାରିବେ। ଗତ । ଗତବର୍ଷ ସହରରେ ୧୩ ଟି ୱାର୍ଡ଼ରେ ପ୍ରାୟ ୨୫ ରୁ ୩୦ ଛକ ରହିଥିବା ବେଳେ ଧର୍ମକୁ ଆଖି ଠାର ପରି ମାତ୍ର ୪ ଟି ଛକରେ ଟେଣ୍ଟ ଓ ବ୍ୟାନର ମାରି କାମ ସାରି ଦେଇଥିଲେ। ପଶୁପକ୍ଷୀ ପାଣି ପିଇବା ପାଇଁ ବିଭିନ୍ନ ସ୍ଥାନରେ ଦୁଇଟି ସିମେଣ୍ଟ ନନ୍ଦ ସାହାର୍ଯ୍ୟରେ କୁଣ୍ଡ ମଧ୍ୟ ନିର୍ମାଣ କରାଯାଇଥିଲା । ସେହି ଗୁଡିକୁ ସଫା ସୂତରା କରି ପାଣି ରଖା ଗଲେ ଗାଈବଳଦ, ପଶୁପକ୍ଷୀ ଓ କୁକୁର ମାନେ କାହାର ଘର ଓ ଦୋକାନରେ ନ ପଶି ଶୋଷ ମେଣ୍ଟାଇବା ପାରିବେ । ଏଣୁ ଏଥିପ୍ରତି ବାଲିଗୁଡା ଏନ ଏ ସି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି l
Govt
Leave A Reply