Odisha news

ଆଗକୁ ପଞ୍ଚାୟତ ଏବଂ ଏନ ଏ ସି ନିର୍ବାଚନ : ବାଲିଗୁଡା ର ଭିଆଇପି ରାସ୍ତା ସମେତ ସମସ୍ତ ରାସ୍ତା ଅବସ୍ଥା ଶୋଚନୀୟ 

0
ବାଲିଗୁଡ଼ା,ତା, ୧୨/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଏନଏସି ଗଠନ ରେ ଇତି ମଧ୍ୟରେ ୧୫ ବର୍ଷ ହେବାକୁ ବସିଲାଣି। କିନ୍ତୁ ସେଭଳି କିଛି ଆଖି ଦୃଶିଆ ବିକାଶ ହୋଇ ପାରିନାହିଁ। ବିଭିନ୍ନ ସାହି ଗଳି କନ୍ଦି ରାସ୍ତା ଅବସ୍ତା ଦୟନୀୟ ସ୍ଥିତି। ସାଇକେଲ, ମୋଟର ସାଇକେଲ ରେ ଯିବା ଆସିବା ତ ଦୂରର କଥା ଚାଲି ଚାଲି ଯିବା ଟା ବହୁତ କଷ୍ଟ ହେଉଛି l  ସହର ର ଭିଆଇପି ରାସ୍ତା ଠାରୁ ଆରମ୍ଭ କରି ପୂର୍ବରୁ ରହିଥିବା ମେଡିକାଲ ସମ୍ମୁଖ ବାଇପାସ ରାସ୍ତା , ଜକିସାହି, ପାଟ୍ଟଖଣ୍ଡା ସାହି, ପାତ୍ରସାହି, ପଣସପଡି, ନୂଆସାହି ଓ ଆଦର୍ଶ ବିଦ୍ୟାଳୟ ଓ ସିଟି ସ୍କୁଲ କୁ ଯାଇଥିବା ରାସ୍ତା ଭଳି ଟାଉନ ର ବହୁ ପୁରାତନ ସାହି ଗୁଡିକ ର ରାସ୍ତା ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ରହିଛି। ବାଲିଗୁଡ଼ା ଏନ୍‌ଏସିର ୫୯ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା କୋର୍ଟଛକ ଠାରୁ ବନ୍ଧସାହି ଓ ସୁନାପଙ୍ଗା ସାଇମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ଯେକ ଦିନ ବହୁ ସରକାରୀ ଅଧିକାରୀ ଯିବା ଆସିବା କରୁଥିବାରୁ ଏହାକୁ ଭିଆଇପି ରାସ୍ତା କୁହାଯାଉଛି, କିନ୍ତୁ ରାସ୍ତାର ଅବସ୍ଥା ଦେଖିଲେ ସମସ୍ତେ ତାଜୁବ । ଏହି ଭିଆଇପି ରାସ୍ତାର ଅବସ୍ଥା ବହୁଦିନ ହେବ ଦୟନୀୟ ହୋଇପଡିଛି। ରାସ୍ତାର ଦୂରାବସ୍ଥା ସତେ ଯେପରି କାହାରି ନଜରରେ ଆସୁ ନାହିଁ। ଏନ୍‌ଏସି ପକ୍ଷରୁ ଏହାର ରକ୍ଷଣ ବେକ୍ଷଣ କରିବା ପାଇଁ ପ୍ରତିଶୃତି ମିଳୁଛି କିନ୍ତୁ କେବେ ଏହି ରାସ୍ତା ନିର୍ମାଣ ହେବ ତାହା କେହି କହି ପାରୁ ନାହାନ୍ତି। ଉପଜିଲ୍ଲାପାଳ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମଧ୍ୟରେ  ଦେଇ ଯାଇଥିବା ଏହି ରାସ୍ତା ଟି ମେଟାଲିଂ ହୋଇ ପିଚୁ ପଡିଥିଲା। କିନ୍ତୁ ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବାରୁ କିଛି ଦିନ ପରେ ପିଚୁ ଉଠିଗଲା । ରାସ୍ତାରେ ଏବେ କେବଳ ମେଟାଲ ବାହାରି ରହିଛି ବାଇକ୍ ଚାଳକ ଓ ସାଇକେଲରେ ଯାଉଥିବା ଲୋକେ ରାସ୍ତା ମଝିରେ ନ ଯାଇ ରାସ୍ତାକଡ ମାଟିରେ ଯିବାକୁ ଶ୍ରେୟ ମଣୁଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ତିନି ଜଣ ବିଚାରପତି, ଉପଜିଲ୍ଲାପାଳ କାର୍ଯ୍ୟଳୟର ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ଏବିଡିଓ, ବ୍ଲକ୍ ଅଧ୍ୟକ୍ଷା, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଯିବା ଆସିବା  କରୁଛନ୍ତି । ଏହାସହ ରାଜସ୍ବ ବିଭାଗ କଲୋନି, ବ୍ଲକ କଲୋନି, ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ, ମେଡିକାଲ କଲୋନିରେ ରହୁଥିବା ଡାକ୍ତର ଏଲଆଇସି କଲୋନି, କୃଷି ବିଭାଗ କଲୋନି, ଟିଡିସିସି କଲୋନି ସମେତ ବନ୍ଧସାହି ଓ ସୁନାପାଙ୍ଗା ସାହି ରେ ରହୁଥିବା ବିଭିନ୍ନ ସରକାରୀ କର୍ମଚାରୀ ଙ୍କ ସହ ଜନସାଧାରଣ ନିୟମିତ ଯାତାୟାତ କରୁଛନ୍ତି। ଦୀର୍ଘ ଦିନ ହେଲା ଏଭଳି ଦୟନୀୟ ଅବସ୍ଥାରେ ରହିଥିଲେ ସୁଦ୍ଧା ଏନଏସି କାହିଁକି ଅଣଦେଖା କରୁଛି। ଏପରିକି ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣାମାନ ମାନ ଘଟୁଥିବାର ମଧ୍ୟ  ନଜିର ରହିଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବାଲିଗୁଡା ସହର ର ସମସ୍ତ ୱାର୍ଡ଼ ର  ରାସ୍ତା ମରାମତି କରିବାକୁ ପ୍ରଶାସନ ନିକଟରେ ଅଞ୍ଚଳ ବାସୀ ଦାବି କରିଛନ୍ତି ।
Govt
Leave A Reply