Odisha news

ନାବାଳିକା ଦୁଷ୍କର୍ମ ଅଭିଯୋଗ, ଅଟୋ ଜବତ, ଅଭିଯୁକ୍ତ ଗିରଫ

0
ବାଲିଗୁଡା, ତା, ୧୦/୦୪ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ କୁଡ଼ୁତୁଲି ଗ୍ରାମର ଏକ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ ଅଭିଯୋଗରେ କ.ନୂଆଗାଁ ପୋଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଷ୍କର୍ମ କାରୀ ଜଣଙ୍କ ହେଲେ କୁଡୁତୁଲି ପଞ୍ଚାୟତ ସାରକେତା ଗ୍ରାମର ପୁରନ୍ଦର ପାତ୍ର ର ପୁଅ ଗଣେଶ ପାତ୍ର (୨୯) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳିକା ଯୁବତୀ ଜଣଙ୍କ ଗାଧୋଇବାକୁ ଯାଇଥିବା ସମୟରେ ଅଭିଯୁକ୍ତ ଗଣେଶ ଅଟୋ ନଂ.ଓଡ଼ି ୧୨ ଇ ୨୪୦୨ ଧରି ସେହି ବାଟେ ଯିବା ସମୟରେ ନାବାଳିକା ଜଣକ ଏକୁଟିଆ ଯାଉ ଥିବାର ଦେଖି ଅଟୋ ଗାଡି ରଖି ଜବରଦସ୍ତ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ପାଟି କରିବାରୁ ଗଣେଶ ସେଠାରୁ ଜଙ୍ଗଲ କୁ ଦୌଡି ପଳାଇଥିଲା । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ କ. ନୂଆଗାଁ ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଟୋ କୁ ଜବତ କରିଥିଲା I ଥାନା ଅଧିକାରୀ ଆଶୁତୋଷ ଜେନା ପରିସ୍ଥିତି କୁ ଦୃଷ୍ଟିରେ ରଖି ଆସାମୀର ଫୋନ୍ ଟ୍ରାକ କରିବା ସହିତ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ପୋଲିସ୍ ଗାଡ଼ିରେ ନଯାଇ ଏକ ୪୦୭ ଗାଡ଼ିରେ ସାଧା ପୋଷାକରେ ସେଠାକୁ ଯିବା ସମୟରେ ଗଣେଶ ଗାଡ଼ିକି ଅଟକାଇ ଯିବା ପାଇଁ ଅନୁରୋଧ କରି କହିଥିଲା । ଏହି ସମୟରେ ଏହାର ସୁଯୋଗ ନେଇ ଗଣେଶକୁ ଧରିବାକୁ ଥାନା ଅଧିକାରୀ ସଫଳ ହୋଇ ଥାନା ହାଜତକୁ ଆଣିଥିଲେ I ଏ ନେଇ ଥାନା ମାମଲା ନଂ ୫୯ /୨୬ ରେ ଧାରା ୬୪(୨) (ଏମ୍), ୩୫୧(୩) ବିଏନଏସ ୬(୧) ପୋସ୍କୋ,୩(୨)ଭି)(ଏ) ଏସଟି ଆକ୍ଟ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କହିଛନ୍ତି।
Govt
Leave A Reply