Odisha news

ଟ୍ରକ ପଛପଟୁ ପିଟିଲା କାର ୪ ମୃତ, ୬ ଗୁରୁତର

0

ବାଲେଶ୍ୱର-ସୋମବାରଦିନ ପଶ୍ଚିମବଂଗ ରାଜ୍ୟ ଦାନ୍ତୁନ ନିକଟରେ ପଶ୍ଚିମବଙ୍ଗରୁ ୧୦ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ କାର୍ ଟ୍ରକ୍କୁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୬ଜଣ ଗୁରୁତରଭାବେ ଆହତ ହୋଇ ଦାନ୍ତୁନ୍ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ମହାମାରୀ ଭୂତାଣୁ କରୋନା ପାଇଁ ପଶ୍ଚିମବଂଗ ରାଜ୍ୟର କଲିକତାରେ ଥିବା ସମସ୍ତ ଦୋକାନବଜାର, ଅଫିସ୍ ଆଦି ବନ୍ଦ ହୋଇଯାଇଥିବାରୁ ସେଠାରେ ରହୁଥିବା ଲୋକମାନେ ନିଜ ଘରକୁ ଫେରିଆସୁଛନ୍ତି ।

ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ହୋଇଥିବାରୁ ସୋର, ସିମୁଳିଆ, ଓ ଖଇରା ଅଞ୍ଚଳର ୧୦ଜଣ ବ୍ୟକ୍ତି କାରଯୋଗେ ଘରକୁ ଫେରୁଥିଲେ । ରାସ୍ତାରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ସିମୁଳିଆ ଥାନା ଆନନ୍ଦପୁର ଗ୍ରାମର ସୁନୀଲ ପାଢୀ, ଖଇରା ଥାନା ମାଖନପୁର (କରଙ୍ଗା ଗ୍ରାମର) ଜିତେନ୍ଦ୍ର ପଣ୍ଡା, ସୋରଥାନା ଅଞ୍ଚଳର ବାପି, କାର୍ ଡ୍ରାଇଭର ତଥା ପଶ୍ଚିମବଂଗ ରାଜ୍ୟର ବାସିନ୍ଦାଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ଆହତମାନଙ୍କ ନାମ ରମାକାନ୍ତ ଦାସ, ସୁରେନ୍ଦ୍ର ମିଶ୍ର, ଅମର ଦାସ, ମଦନ ମିଶ୍ର, ଚୈତନ୍ୟ ମିଶ୍ର, ଦାମୋଦର ମିଶ୍ର ବୋଲି ଜଣାପଡ଼ିଛି । (ଫଟୋ)
ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

Leave A Reply