Odisha news

ଆଜି ହେଉଛି ପବିତ୍ର ବଡ଼ଓଷା : ମହାଦେବ ଙ୍କ ନିକଟରେ ଅର୍ପଣ କରନ୍ତୁ ଏହି ୫ଟି ଦିବ୍ୟ ବସ୍ତୁ

0

କାର୍ତିକ ମାସ ଗୋଟିଏ ଧର୍ମର ମାସ, ଏହି ମାସରେ ଅନେକ ପର୍ବ ପର୍ବାଣୀ ଆସିଥାଏ, ଏମିତିରେ କହିବାକୁ ଗଲେ ପ୍ରତ୍ୟକ ଦିନର କିଛିନା କିଛି ବିଶେଷ ମହତ୍ୱ ରହିଛି, ଏବଂ ଏହି ମାସରେ ବଡ଼ଓଷା ର ମଧ୍ୟ ବିଶେଷ ମହତ୍ୱ ରହିଛି, ବଡ଼ଓଷା କୁ ବିଶେଷ ଭାବରେ ଧବଳେଶ୍ୱର ଓଷା ମଧ୍ୟ କୁହାଯାଇ ଥାଏ, ଧବଳେଶ୍ୱର ଠାକୁର ହେଉଛନ୍ତି ମହାଦେବ ଙ୍କର ଗୋଟିଏ ଅବତାର l

ତେଣୁ ଏହିଦିନ ଧବଳେଶ୍ୱର ଙ୍କ ନିକଟରେ ବିଶେଷ ପୂଜାର୍ଚନା କରାଯାଇ ଥାଏ l ସେହିଭଳି ବ୍ରତଧାରୀ ମାନେ ଆଜିର ଦିନରେ ନିଜର ମନସ୍କାମନା ପୁର୍ଣ ପାଇଁ ପୂଜାର୍ଚନା କରନ୍ତି l ଯଦି ବ୍ରତଧାରୀ ଆଜିର ଦିନରେ ବିଶେଷ ପୂଜାର୍ଚନା କରିବେ ତେବେ ଜୀବନ ରୁ ଅନେକ ଦୁଃଖ ଦୁର୍ଦଶା ର ବିନାଶ ହୋଇଥାଏ l ଆମେ ଜାଣି ରଖିବା ଉଚିତ ଯେ ଦେବ ଦେବ ମହାଦେବ କିଛିଟା ବସ୍ତୁ ପ୍ରିୟ ହୋଇଥାଏ, ଯେପରିକି ଦୁଦୁରା ଫୁଲ, ବେଲପତ୍ର, ମିଶ୍ରି, ରକ୍ତ ଚନ୍ଦନ, ଏବଂ ପଞ୍ଚାମୃତ l ପ୍ରତ୍ୟେକ ବସ୍ତୁର ବିଶେଷ ମହତ୍ୱ ମଧ୍ୟ ରହିଛି l

* ଯଦି ବ୍ରତଧାରୀ ଆଜିର ଦିନରେ ମହାଦେବ ଙ୍କ ନିକଟରେ ଦୁଦୁରା ଫୁଲ ଅର୍ପଣ କରନ୍ତି ତେବେ ଜୀବନ ରେ ଥିବା ବିଭିନ୍ନ କାଳ ସମୟ ବା ଖରାପ ସମୟ ଦୂର ହୋଇଥାଏ, ଏବଂ ଜୀବନ ସୁଖମୟ ହୋଇଥାଏ l

* ବିଲ୍ୱ ପତ୍ର ବା ବେଲପତ୍ର ଗୋଟିଏ ଖୁବ ପବିତ୍ର ବା ସାତ୍ଵିକ ଜିନିଷ, ଯାହା ମହାଦେବ ଙ୍କର ଖୁବ ପ୍ରିୟ ଅଟେ l  ଯେଉଁ ବ୍ୟକ୍ତି ନିୟମିତ ଚନ୍ଦନ ସହିତ ବେଲପତ୍ର ଶିବ ଲିଙ୍ଗରେ ଅର୍ପଣ କରିଥାଏ, ତା ବୈବାହିକ ଜୀବନ ସୁଖମୟ ହୋଇଥାଏ l

* ଯେତେବେଳେ ବି ଆପଣ ଶିବ ଲିଙ୍ଗରେ ଦୁଗ୍ଧ ଅର୍ପଣ କରୁଛନ୍ତି ସେଥିରେ ସାମାନ୍ୟ ମିଶ୍ରି ମିଶାଇ ନିଅନ୍ତୁ, ଏହାକୁ ଅର୍ପଣ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* ରକ୍ତ ଚନ୍ଦନ ମହାଦେବ ଙ୍କ ଖୁବ ପ୍ରିୟ ଅଟେ, ଯେଉଁ ବ୍ୟକ୍ତି ଏହି ବସ୍ତୁକୁ ନିୟମିତ ଶିବ ଲିଙ୍ଗରେ ଅର୍ପଣ କରିଥାଏ ସେ ସର୍ବବେଳେ ବିପଦ ମୁକ୍ତ ରହିଥାଏ l ରକ୍ତ ଚନ୍ଦନ ଗୋଟିଏ ପାୱାର ଫୁଲ ବସ୍ତୁ, ଏହାକୁ ଅର୍ପଣ କଲେ ଉଭୟ ଶିବ-ଶକ୍ତି ଙ୍କ କୃପା ଲାଭ ହୋଇଥାଏ l

* ପ୍ରତ୍ୟେକ ପୂଜା ଆରମ୍ଭ ରେ ଆମେ ଅଭିଷେକ କରିଥାଉ ପଞ୍ଚାମୃତ ରେ, ପଞ୍ଚାମୃତ ରେ ଅଭିଷେକ କରିବା ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ, ଜୀବନ ର ଗତି ସୁଖ ସ୍ବାଛନ୍ଦ୍ୟ ରେ ଅତିବାହିତ ହୋଇଥାଏ l

Leave A Reply