ଭଲ ବିଚାର ଓ ଭଲ ଚିନ୍ତା କରିବା ଦ୍ୱାରା ବ୍ୟକ୍ତିର ଜୀବନ ରେ ସକାରାତ୍ମକ ଭାବନା ଆସିଥାଏ, ଯାହାକି ଉଚିତ ନିର୍ଣ୍ଣୟ ନେବାରେ ଏବଂ ଭଲ ମାନସିକତା ପାଇଁ ସାହାଯ୍ୟ କରିଥାଏ, ଭଲ ବିଚାର ଆମକୁ ସମସ୍ତଙ୍କ ପ୍ରତି ଦୟାଳୁ କରିଥାଏ l ଏହା ଗୋଟିଏ ସୁସ୍ଥ, ସୁଖମୟ ଏବଂ ସଫଳ ଜୀବନ ପାଇଁ ଖୁବ ମହତ୍ଵପୁର୍ଣ ଅଟେ l
ପ୍ରେମାନନ୍ଦ ମହାରାଜ ଙ୍କ ନିକଟରୁ ଜାଣନ୍ତୁ ଭଲ ବିଚାର ର ପ୍ରଭାବ –
* ମନରେ ଭଲ ବିଚାର ଆଣିବା ଦ୍ୱାରା ପ୍ରେମାନନ୍ଦ ମହାରାଜ ଅନେକ ଉପାୟ କହିଛନ୍ତି, ଯେଉଁଥିରେ ସବୁଠୁ ମହତ୍ଵପୁର୍ଣ ହେଲା ଈଶ୍ୱର ଙ୍କ ନାମ ଜପ, ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି ପ୍ରଭୁଙ୍କ ନାମ ଜପ ଦ୍ୱାରା ଭଲ ବିଚାର ଆସିଥାଏ, ଏବଂ ଏହା ପାପକୁ ନଷ୍ଟ କରିଥାଏ, ମନକୁ ଶାନ୍ତ କରିଥାଏ ଏବଂ ବ୍ୟକ୍ତିର ମନକୁ ଶାନ୍ତ ରଖିଥାଏ l କର୍ମ କରି ଈଶ୍ୱରଙ୍କୁ ସମର୍ପଣ କର ଭଗବାନ ଏହାର ଜବାବ ଦେବେ l
* ଗୁରୁଜୀ କହିଛନ୍ତି ଯେ ବ୍ୟକ୍ତି ଅହଂକାର, ଲୋଭ ଓ କ୍ରୋଧ ର ତ୍ୟାଗ କରି ମନକୁ ଶାନ୍ତ ରଖିବା ଜରୁରୀ, ଏହା ଜୀବନ ରେ ସକାରାତ୍ମକ ଭାବନା ଆଣିଥାଏ , ଏବଂ ବୁଦ୍ଧି ଶୁଦ୍ଧ ହୋଇଥାଏ, ମଣିଷ ମନରେ ଓ ଜୀବନ ରେ ସକାରାତ୍ମକ ଭାବନା ଭରିବାରେ ସାହାଯ୍ୟ କରିଥାଏ l
* ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି ବ୍ୟକ୍ତି ପାଇଁ ପର ଚର୍ଚା ଶୁଣିବା ଏବଂ ପର ଚର୍ଚା କରିବା ବିଷ ସଦୃଶ , ଯେପରି ବିଷ ଗୋଟିଏ ସ୍ଥାନରେ ସ୍ଥିର ହୋଇ ନରହି ଚାରିଆଡେ ମାଡି ଚାଲିଥାଏ, ସେହିଭଳି ପର ଚର୍ଚା ଗୋଟିଏ କାନରୁ ୧୦ କାନ ହୋଇଥାଏ, ଯାହା ଆମ ମନରେ ଅଶାନ୍ତି , ଅନୀତି, ଏବଂ ନକାରାତ୍ମକ ଚିନ୍ତା ଭରିଥାଏ l ଏବଂ ଜୀବନ ରୁ ଶାନ୍ତି ର ବିନାଶ ହୋଇଥାଏ l ସତ୍କର୍ମ କରି ଈଶ୍ୱରଙ୍କ ସାନିଧ୍ୟ ରେ ରହିବା ଜରୁରୀ l